ତିରୁପତି ମନ୍ଦିରକୁ ସାଢେ ୫ କୋଟିର ସୁନା ଗହଣା ଦାନ : ତେଲେଙ୍ଗାନାକୁ ରାଜ୍ୟ ମାନ୍ୟତା ମାନସିକ ପୂରଣ ପରେ ଦାନ କଲେ ମୁଖ୍ୟମନ୍ତ୍ରୀ

42

କନକ ବ୍ୟୁରୋ : ତିରୁପତି ମନ୍ଦିରରେ ସାଢେ ୫କୋଟି ଟଙ୍କା ମୂଲ୍ୟର ସୁନା ଗହଣା ଦାନ । ମାନସିକ ପୂରଣ ହେବାରୁ ଏହି ଦାନ ଦେଇଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ । ତେଲେଙ୍ଗାନାକୁ ରାଜ୍ୟ ମାନ୍ୟତା ମିଳିବା ମାନସିକ ପୂରଣ ହେବା ପରେ ରାଜକୋଷରୁ ଏହି ଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ । କେ.ଚନ୍ଦ୍ରଶେଖର ରାଓ ଆଜି ସକାଳୁ ତାଙ୍କ ପରିବାର ଓ କିଛି ମନ୍ତ୍ରୀଙ୍କ ସହ ତିରୁପତି ମନ୍ଦିରରେ ପହଂଚି ବିଧିବଦ୍ଧ ପୂଜାର୍ଚ୍ଚନା କରିବା ପରେ ସାଢେ ୫କୋଟି ଟଙ୍କା ମୂଲ୍ୟର ସୁନା ଗହଣା ଦାନ କରିଛନ୍ତି । ଏଥିରେ ୧୪କେଜିରୁ ଅଧିକ ଓଜନର ଶାଳଗ୍ରାମ ମାଳା ଓ ୪କେଜିରୁ ଅଧିକ କଣ୍ଠମାଳା ଦାନ କରିଛନ୍ତି । ତେବେ ଗତ ଅକ୍ଟୋବରରେ ମଧ୍ୟ ଚନ୍ଦ୍ରଶେଖର ପ୍ରାୟ ୪କୋଟି ମୂଲ୍ୟର ୧୨କିଲୋଗ୍ରାମରୁ ଅଧିକ ଓଜନର ମୁକୁଟ ଦାନ କରି ବେଶ ଚର୍ଚ୍ଚାରେ ରହିଥିଲେ ।