ଓଡିଆ ବୈଜ୍ଞାନିକ ଡକ୍ଟର ଜ୍ୟୋତିରଂଜନ ଶ୍ରୀଚନ୍ଦନ ରାୟଙ୍କୁ ମିଳିଲା ସମ୍ମାନଜନକ ଶାନ୍ତିସ୍ୱରୂପ ଭଟନାଗର ପୁରସ୍କାର

36

img-20160926-wa0003କନକ ବ୍ୟୁରୋ : ଓଡିଆ ବୈଜ୍ଞାନିକ ଡକ୍ଟର ଜ୍ୟୋତିରଂଜନ ଶ୍ରୀଚନ୍ଦନ ରାୟଙ୍କୁ ମିଳିଛି ସମ୍ମାନଜନକ ଶାନ୍ତିସ୍ୱରୂପ ଭଟନାଗର ପୁରସ୍କାର। ୨୦୧୫ ପାଇଁ ଅହମଦାବାଦ ସ୍ଥିତ ଫିଜିକାଲ ସାଇନ୍ସ ଲାବରେଟୋରୀରେ କାର୍ଯ୍ୟରତ ଡକ୍ଟର ଜ୍ୟୋତିରଂଜନଙ୍କୁ ମିଳିଛି ଏହି ପୁରସ୍କାର । ଭୂମି, ବାୟୁମଣ୍ଡଳ, ମହାସାଗର ଏବଂ ଗ୍ରହ ବିଜ୍ଞାନ କ୍ଷେତ୍ରରେ ସେ ଦୀର୍ଘ ଦିନ ହେବ ଗଭୀର ଅଧ୍ୟୟନ ସହ ଗବେଷଣା କରି ଆସୁଛନ୍ତି । ଯେଉଁଥି ପାଇଁ ତାଙ୍କୁ ୨୦୧୫ ବର୍ଷ ପାଇଁ ଶାନ୍ତିସ୍ୱରୂପ ଭଟନାଗର ସମ୍ମାନରେ ସମ୍ମାନିତ କରାଯାଇଛି।

ବିଶେଷ କରି ମେଂଟାଲ ଡିରାଇଭଡ ମ୍ୟାଗମାସର ଉଦ୍ଭାବନ ଓ ବିକାଶ କ୍ଷେତ୍ରରେ ଗଭୀର ଅଧ୍ୟୟନ ଓ ଗବେଷଣା ହିଁ ଡକ୍ଟର ଜ୍ୟୋତିରଂଜନ ଶ୍ରୀଚନ୍ଦନ ରାୟଙ୍କୁ ଏହି ସଫଳତା ଆଣି ଦେଇଛି । ୭ଟି ଭିନ୍ନ ଭିନ୍ନ କ୍ଷେତ୍ରରେ ସଫଳତା ପାଇଁ ୧୧ ଜଣଙ୍କୁ ଏହି ପୁରସ୍କାର ପ୍ରଦାନ ସଂପର୍କରେ ଘୋଷଣା କରିଛି କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରାଳୟ । ଶାନ୍ତିସ୍ୱରୂପ ଭଟନାଗର ପୁରସ୍କାର ହାତେଇ ଥିବା ଅନ୍ୟ ଜଣେ ଓଡିଆ ବୈଜ୍ଞାନିକ ହେଉଛନ୍ତି ଡକ୍ଟର ବେଦାଙ୍ଗଦାସ ମହାନ୍ତି । ଭୁବନେଶ୍ୱର ସ୍ଥିତ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ ଏଜୁକେସନ୍ ଆଣ୍ଡ୍ ରିସର୍ଚ୍ଚରେ କାର୍ଯ୍ୟରତ ଡକ୍ଟର ମହାନ୍ତିଙ୍କୁ ଫିଜିକାଲ ସାଇନ୍ସ କାଟେଗୋରୀରେ ଏହି ପୁରସ୍କାର ପ୍ରଦାନ କରାଯାଇଛି।