ଅପେକ୍ଷାର ହଲା ଅନ୍ତ ! ମୁମ୍ବାଇରେ ପ୍ରସିଦ୍ଧ ପପ୍ ସିଙ୍ଗର ଜଷ୍ଟିନ ବିବର

58

ଅପେକ୍ଷାର ଅନ୍ତ ହୋଇଛି । ଭାରତରେ ପହଁଚିଛନ୍ତି ଆନ୍ତର୍ଜାତିକ ପ୍ରସିଦ୍ଧ ପପ୍ ସିଙ୍ଗର ଜଷ୍ଟିନ ବିବର । ଗତକାଲି ମୁମ୍ବାଇରେ ପହଁଚିବା ପରେ ଆଜି ଡି.ୱାଇ ପାଟିଲ ଷ୍ଟାଡିୟମରେ ପରଫମ କରିବେ ବିବର । ଜଷ୍ଟିନଙ୍କ କାର୍ଯ୍ୟକ୍ରମ ପାଇଁ ବିଶେଷ ଆୟୋଜନ ଓ କଡ଼ା ସୁରକ୍ଷା ବନ୍ଦୋବସ୍ତ କରାଯାଇଛି ।

ଏଥିସହ ଜଷ୍ଟିନଙ୍କ ସୁରକ୍ଷା ପାଇଁ ଖାସ କରି ସଲମାନ ଖାନଙ୍କ ବ୍ୟକ୍ତିଗତ ବଡିଗାର୍ଡ ସେରାଙ୍କୁ ଦାୟିତ୍ୱ ଦିଆଯାଇଛି । ଜଷ୍ଟିନଙ୍କ ଏହି ଇଭେଂଟ ପାଇଁ ୩ ହଜାରୁ ୭୫ହଜାର ଯାଏଁ ଟିକେଟ ମୂଲ୍ୟ ରହିଛି । ଆଜି ରାତି ୮ଟା ସମୟରେ ଷ୍ଟେଜକୁ ଓହ୍ଳାଇବେ ଜଷ୍ଟିନ । ପ୍ରାୟ ଦେଢଘଂଟା ଧରି କାର୍ଯ୍ୟକ୍ରମ ଜାରି ରହିବ । ଦିନ ୨ଟାର ଆରମ୍ଭ ହୋଇଛି ପ୍ରଶଂସକଙ୍କ ପ୍ରବେଶ ।

ଇଭେଟଂ ପାଇଁ କେବଳ ପ୍ରଶଂସକ ନୁହେଁ ବଲିଉଡ ତାରକାଙ୍କ ମଧ୍ୟରେ ମଧ୍ୟ ବେଶ ଉତ୍ସାହ ରହିଛି । ୪୫ହଜାରୁ ଉଦ୍ଧ୍ୱ ପ୍ରଶଂସକ ଇଭେଟଂରେ ଯୋଗ ଦେବା ନେଇ ସମ୍ଭାବନା ରହିଛି । ଏଥିସହ ୧୮୦୦ ପୁଲିସକର୍ମୀଙ୍କ ସୁରକ୍ଷାପାଇଁ ନିୟୋଜିତ କରାଯାଇଛିାଭାରତ ରହଣୀ ସମୟରେ ଜଷ୍ଟିନ ବିଭିନ୍ନ ଜାଗା ଯିବା ନେଇ କାର୍ଯ୍ୟକ୍ରମ ରହିଛି ।