ମୁମ୍ବାଇର ଏକ ଷ୍ଟେଜ୍ ଶୋ’ରେ ନଜର ଆସିବେ ପପ୍ ଷ୍ଟାର ଜଷ୍ଟିନ ବିବର ! ଯାହାର ଟିକେଟ ମୂଲ୍ୟ ରହିଛି ପାଖାପାଖି ୭୬ ହଜାର ଟଙ୍କା

41

ପ୍ରଖ୍ୟାତ ଆନ୍ତରାଷ୍ଟ୍ରିୟ ପପ୍ ଷ୍ଟାର ଜଷ୍ଟିନ ବିବର ମୁମ୍ବାଇର ଏକ ଷ୍ଟେଜ ଶୋ’ରେ ସାମିଲ ହେବାକୁ ଯାଉଛନ୍ତି । ଆଉ ଏହି କାର୍ଯ୍ୟକ୍ରମଟି ଆସନ୍ତା ୧୦ ମଇକୁ ଅନୁଷ୍ଠିତ ହେବାକୁ ଯାଉଛି । ସବୁଠାରୁ ବିଶେଷ କଥା ହେଲା, କି ଏହି କାର୍ଯ୍ୟକ୍ରମରେ ଟିକେଟର ମୂଲ୍ୟ ରହିଛି ପାଖାପାଖି ୭୬,୭୯୦ ଟଙ୍କା । ଯଦିଓ ଏକା କେବଳ ଭିଭିଆଇପି କାଟାଗୋରୀଙ୍କ ପାଇଁ ଉର୍ଦ୍ଦିଷ୍ଟ , ତେବେ ବୁକ୍ ମାଈ ଶୋ ଡଟ୍ କମର ସୂଚନା ମୁତାବକ ଏହି କାଟାଗୋରୀର ସମସ୍ତ ଟିକଟ ପ୍ରଥମ ଦିନରୁ ହିଁ ବିକ୍ରି ସରିଛି । ଏହି କାର୍ଯ୍ୟକ୍ରମର ସବୁଠାରୁ ଶସ୍ତା ଟିକଟର ମୂଲ୍ୟ ୪ ହଜାର ଟଙ୍କା ରଖାଯାଇଛି ।

ତେବେ ଗାୟକ ତଥା ସଙ୍ଗୀତକାର ଜଷ୍ଟିନ ବିବର ଅନେକ ହିଟ୍ ଗୀତକୁ ମୁମ୍ବାଇର ଏହି କାର୍ଯ୍ୟକ୍ରମରେ ପରିବେଷଣ କରିବାକୁ ଯାଉଛନ୍ତି । ଆୟୋଜକ ଏହି ସଙ୍ଗୀତ କାର୍ଯ୍ୟକ୍ରମକୁ ଭାରତର ସବୁଠାରୁ ସଫଳ ତଥା ସବୁଠାରୁ ଭଲ ସଙ୍ଗୀତ କାର୍ଯ୍ୟକ୍ରମ କରିବା ଉଦ୍ଦେଶ୍ୟରେ ଏହାର ଜୋରଦାର ପ୍ରସ୍ତୁତିରେ ଲାଗିପଡିଛନ୍ତି । ତେବେ ଏକ ପର୍ଯ୍ୟବେକ୍ଷଣରୁ ଏକ କଥା ଜଣାପଡିଛି କି ଭାରତରେ ବିବରଙ୍କର ପାଖାପାଖି ୮୦ ପ୍ରତିଶତରୁ ଅଧିକ ପ୍ରଶଂସକ ରହିଛନ୍ତି ।