ପୁରୀ : ଶ୍ରୀଜିଉଙ୍କ ଦର୍ଶନ କରିବା ସହ ଜଗମୋହନ ମରାମତି କାମ ଅନୁଧ୍ୟାନ କଲେ ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ୍ ବିନୀତ୍ ସରଣ୍

22

କନକ ବ୍ୟୁରୋ : କେବେ ସରିବ ପୁରୀ ଶ୍ରୀମନ୍ଦିର ଜଗମୋହନ ମରାମତି କାମ ? ଏନେଇ ବାରମ୍ବାର ଡେଡ୍ ଲାଇନ୍ ବଦଳିଛି । ଏହାକୁ ନେଇ ଉଦବେଗ ପ୍ରକାଶ କରି ହାଇକୋର୍ଟରେ ସତ୍ୟପାଠ ମଧ୍ୟ ଦାଖଲ ହୋଇଛି । ଆଜି ଜନ୍ମାଷ୍ଟମୀ ଅବସରରେ ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ବିନୀତ ସରଣ ସପରିବାର ଶ୍ରୀଜିଉଙ୍କ ଦର୍ଶନ କରିବା ସହ ଜଗମୋହନ ମରାମତି କାମ ମଧ୍ୟ ଅନୁଧ୍ୟାନ କରିଛନ୍ତି । କାମର ଅଗ୍ରଗତି ନେଇ ସେ ସନ୍ତୋଷ ପ୍ରକାଶ କରିବା ସହ ଏଏସଆଇ ଓ ଶ୍ରୀମନ୍ଦିର ପ୍ରଶାସନ ସହ ଆଲୋଚନା କରିଛନ୍ତି ।

ଅନ୍ୟ ମନ୍ଦିରଗୁଡିକର ଅବସ୍ଥା ମଧ୍ୟ ଅନୁଧ୍ୟାନ କରି ସେଗୁଡିକର ମରାମତି ପାଇଁ ପଦକ୍ଷେପ ନେବାକୁ ଜଷ୍ଟିସ୍  ସରଣ ନିର୍ଦ୍ଦେଶ ଦେଇଛନ୍ତି । ଅକ୍ଟୋବର ୩୧ ତାରିଖ ସୁଦ୍ଧା ଜଗମୋହନ ମରାମତି କାମ ଶେଷ ହେବ ବୋଲି ଏଏସଆଇ ହାଇକୋର୍ଟରେ ସତ୍ୟପାଠ ଦାଖଲ କରିଛି । ଏହା ସହ ଛାତ ଓ ଭିତର କାଠର ସୌନ୍ଦର୍ଯ୍ୟକରଣ ପାଇଁ ମଧ୍ୟ ପଦକ୍ଷେପ ନିଆଯାଇଥିବା ଏଏସଆଇ କହିଛି । ସେହିପରି ବିବାଦୀୟ ହୋଇ ସିଂହଦ୍ୱାରରୁ ବାଦ୍ ପଡିଥିବା ଦଶାବତାର ମୂର୍ତ୍ତୀ ପୁନଃ ସ୍ଥାପନ କରାଯିବ ବୋଲି ଜଣାପଡିଛି ।