ଓଡ଼ିଶା ହାଇକୋର୍ଟର ପରବର୍ତ୍ତୀ ମୁଖ୍ୟ ବିଚାରପତି ହେବେ ଜଷ୍ଟିସ୍ ମହମ୍ମଦ ରଫିକ୍ । ସୁପ୍ରିମକୋର୍ଟ କଲେଜିୟମ ବୈଠକରେ ସୁପାରିସ୍ ।

897

କନକ ବ୍ୟୁରୋ: ଓଡ଼ିଶା ହାଇକୋର୍ଟର ପରବର୍ତ୍ତୀ ମୁଖ୍ୟ ବିଚାରପତି ହେବେ ଜଷ୍ଟିସ୍ ମହମ୍ମଦ ରଫିକ୍ । ସୁପ୍ରିମକୋର୍ଟ କଲେଜିୟମ ବୈଠକରେ ନାମ ସୁପାରିସ କରିଛନ୍ତି । ବର୍ତ୍ତମାନ ଜଷ୍ଟିସ୍ ମହମ୍ମଦ ରଫିକ୍ ମେଘାଳୟ ହାଇକୋର୍ଟରେ ମୁଖ୍ୟବିଚାରପତି ଭାବେ କାର୍ଯ୍ୟରତ ଅଛନ୍ତି । ଗତ ୧୮ ତାରିଖରେ ସୁପ୍ରିମକୋର୍ଟରେ ଅନୁଷ୍ଠିତ କଲେଜିୟମ୍ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି । ଏଥିସହ କଲେଜିୟମ୍ ବମ୍ବେ ଏବଂ ମେଘାଳୟ ହାଇକୋର୍ଟର ମୁଖ୍ୟବିଚାରପତି ପଦବିରେ ନିଯୁକ୍ତି ଲାଗି ମଧ୍ୟ ନାମ କଲେଜିୟମ୍ ବୈଠକରେ ସୁପାରିସ କରିଛନ୍ତି ।

ଜଷ୍ଟିସ୍ ମହମ୍ମଦ ରଫିକ୍ ମେଘାଳୟ ହାଇକୋର୍ଟର ମୁଖ୍ୟ ବିଚାରପତି ନିଯୁକ୍ତ ହେବା ପୂର୍ବରୁ ରାଜସ୍ଥାନ ହାଇକୋର୍ଟରେ ବରିଷ୍ଠ ବିଚାରପତି ଭାବେ କାର୍ଯ୍ୟ କରିଛନ୍ତି । ଏହି ସମୟରେ ସେ ଦୁଇ ଦୁଇ ଥର କାର୍ଯ୍ୟକାରୀ ମୁଖ୍ୟବିଚାରପତି ଭାବେ ଦାୟିତ୍ବ ନିର୍ବାହ କରିଛନ୍ତି । ୨୦୧୯ ନଭେମ୍ବର ୧୩ରେ ସେ ମେଘାଳୟ ହାଇକୋର୍ଟର ମୁଖ୍ୟବିଚାରପତି ନିଯୁକ୍ତ ହୋଇଥିଲେ ।