ଗୃହରେ ଉଠିଲା ଜଷ୍ଟିସ୍ ଦାସଙ୍କ ବିବାଦୀୟ ବୟାନ ପ୍ରସଙ୍ଗ : ଆଲୋଚନା ନେଇ ବାଚସ୍ପତିଙ୍କ ଅଗ୍ରାହ୍ୟ ପରେ ବିରୋଧୀଙ୍କ ହଙ୍ଗାମା

22

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ବିଧାନସଭାରେ ଉଠିଲା ଜଷ୍ଟିସ୍ ଦାସଙ୍କ ବିବାଦୀୟ ବୟାନ ପ୍ରସଙ୍ଗ । ଗୃହରେ ଏହି ପ୍ରସଙ୍ଗ ଉଠାଇଥିଲେ ବିରୋଧୀ ଦଳ ନେତା ନରସିଂହ ମିଶ୍ର । ଏନେଇ ସେ ଜଷ୍ଟିସ ଦାସଙ୍କ ଇସ୍ତଫା ଦାବି କରିଥିଲେ । ଜଷ୍ଟିସ ଜଣେ ସରକାରୀ କର୍ମଚାରୀ , ତେଣୁ ସେ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେବା ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ବିରୋଧୀ ଦଳ ନେତା ନରସଂହ ମିଶ୍ର । ସେ ନିଜ ପଦରୁ ଇସ୍ତଫା ଦିଅନ୍ତୁ ନଚେତ୍ ସରକାର ତାଙ୍କୁ ପଦଚ୍ୟୁତ କରନ୍ତୁ  ବୋଲି ନରସିଂହ ଦାବି କରିଛନ୍ତି । ସେପଟେ ଏହି ପ୍ରସଙ୍ଗରେ  ଆଲୋଚନା ପାଇଁ ବାଚସ୍ପତି  ଅଗ୍ରାହ୍ୟ କରିଦେବାରୁ ଗୃହରେ ବିରୋଧୀ ହଙ୍ଗାମା କରିଛନ୍ତି  ।

ସେପଟେ ମାସକ ମଧ୍ୟରେ ସ୍ୱଳ୍ପ ଜମାକାରୀଙ୍କ ତାଲିକା ରିପୋର୍ଟ ଦିଆଯିବ ବୋଲି କନକ ନ୍ୟୁଜକୁ ସ୍ୱତନ୍ତ୍ର ସାକ୍ଷାତକାର ଦେଇ କହିଛନ୍ତି ଚିଟଫଣ୍ଡ କମିସନ ଅଧ୍ୟକ୍ଷ ଜଷ୍ଟିସ ଏମଏମ ଦାସ ।