ଭୁବନେଶ୍ୱର ବ୍ୟୁରୋ,କନକ ନ୍ୟୁଜ୍ : ରାଜ୍ୟ ସରକାରଙ୍କୁ ଚିଟଫଣ୍ଡ ତଦନ୍ତ କମିଶନଙ୍କ ଅନ୍ତରୀଣ ରିପୋର୍ଟ । କ୍ଷୁଦ୍ର ଜମାକାରୀଙ୍କୁ ଟଙ୍କା ଫେରସ୍ତ ନେଇ ସୁପାରିଶ ଥିବା କହିଛନ୍ତି ଜଷ୍ଟିସ ଏମ. ଏମ. ଦାସ କମିଶନଙ୍କ ସଚିବ । ସୂଚନା ଅନୁସାରେ, ରିପୋର୍ଟରେ କ୍ଷୁଦ୍ର ଜମାକରୀ ସଂପର୍କିତ ନଥିପତ୍ର ଦାଖଲ କରାଯାଇଛି । ରିପୋର୍ଟ ବାବଦରେ କମିଶନ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ନିବେଶ କରିଥବା ଜମାକାରୀଙ୍କ ବାବଦରେ ସବିଶେଷ ତଥ୍ୟ ଓ ଅର୍ଥ ଫେରସ୍ତ ନେଇ ସୁପାରିଶ ଥିବା ବିଶ୍ୱସ୍ତ ସୁତ୍ରରୁ ସୁଚନା ମିଳିଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ସେପଟେ କମିଶନଙ୍କ ଅନ୍ତରୀଣ ରିପୋର୍ଟ ନେଇ ପ୍ରତିକ୍ରିୟା ରଖିଛନ୍ତି ଚିଟଫଣ୍ଡ କ୍ଷତିଗ୍ରସ୍ତ ମିଳିତ ମଂଚ ଆବାହକ ସୈାମ୍ୟରଂଜନ ପଟ୍ଟନାୟକ । କହିଛନ୍ତି, ରିପୋର୍ଟ ଆଗରୁ ଆସିବା କଥା । ପଂଚାୟତ ନିର୍ବାଚନକୁ ଆଖି ଆଗରେ ରଖି ରିପୋର୍ଟ ଦିଆଯାଇଛି, ଯାହା ସରକାରଙ୍କୁ ବଂଚାଇବାକୁ ଏକ ଉଦ୍ୟମ ।