‘ଅମିତାଭଙ୍କ ମୁଣ୍ଡରେ କିଛି ନାହିଁ’ ! ଭାଇରାଲ୍ ହେଲା ବିଗ୍ ବିଙ୍କ ଉପରେ ବିଚାରପତିଙ୍କ ଟିପ୍ପଣୀ

22

ନିଜର ମତ ଓ ଖୋଲା ବିଚାରକୁ ଫେସବୁକ ଜରିଆରେ ସେୟାର୍ କରି ସବୁବେଳେ ଚର୍ଚ୍ଚାରେ ରହି ଆସିଛନ୍ତି ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍ ମାର୍କଣ୍ଡେୟ କାଟଜୁ । ଏଥର କାଟଜୁଙ୍କ ଟାର୍ଗେଟରେ ଅଛନ୍ତି ଅଭିନୟ ଦୁନିଆର ବେତାଜ୍ ବାଦଶାହ ବିଗ୍ ବି ଅମିତାଭ୍ ବଚ୍ଚନ । ବିଗ୍ ବିଙ୍କୁ ନେଇ ଏକ ଚାଚଂଲ୍ୟକର ବୟାନ ଦେଇଛନ୍ତି କାଟଜୁ , ଯାହା ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।

captureକାଟଜୁ କହିଛନ୍ତି ‘ଅଭିତାଭ୍ ମୁଣ୍ଡରେ କିଛି ନାହିଁ’ । ସେ କେବଳ ଜଣେ ଭଲ ଅଭିନେତା । ଅଭିନୟ ବ୍ୟତୀତ ସେ ତାଙ୍କ ଜୀବନରେ ଆଉ କିଛି କରିନାହାନ୍ତି । ମଝିରେ ମଝିରେ ବିଭିନ୍ନ ଗଣମାଧ୍ୟମକୁ ଆସି କେବଳ ପ୍ରବଚନ ଦେଇ ଥାନ୍ତି । ସେ ଭଲ କାମ କରୁଥିବାର କେବଳ ବିଜ୍ଞାପନ କରାଯାଏ କିନ୍ତୁ ପ୍ରକୃତରେ ସେ ଦେଶ ପାଇଁ କିଛି କରନ୍ତିନି । ଯାହାବି କରନ୍ତି କେବଳ ନିଜ ପାଇଁ । ତେବେ କାଟଜୁଙ୍କ ଏହି ପୋଷ୍ଟ ଏବେ ଭାଇରାଲ୍ ହୋଇଛି ।