ଜଷ୍ଟିସ୍ ଏମ.ଏମ. ଦାସଙ୍କ ଇସ୍ତଫା ଦାବି କରିଛି କଂଗ୍ରେସ

24

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ :  ଚିଟଫଣ୍ଡ କମିସନ ଅଧ୍ୟକ୍ଷଙ୍କ ବିବାଦୀୟ ମନ୍ତବ୍ୟ ପ୍ରସଙ୍ଗରେ ଜଷ୍ଟିସ ଦାସଙ୍କ ଇସ୍ତଫା ଦାବି କରିଛି କଂଗ୍ରେସ । ଜଷ୍ଟିସ ଏମ.ଏମ. ଦାସ ଇସ୍ତଫା ଦିଅନ୍ତୁ ଏହା ସହ ତଦନ୍ତ ପାଇଁ ଗଠନ ହୋଇଥିବା କମିସନକୁ ରଦ୍ଦ କରିବାକୁ ପିସିସି ସଭାପତି ପ୍ରସାଦ ହରିଚନ୍ଦନ କହିଛନ୍ତି । ଚିଟଫଣ୍ଡରେ ସଂପୃକ୍ତ ଥିବା ବିଭିନ୍ନ ମନ୍ତ୍ରୀ ଇସ୍ତଫା ଦିଅନ୍ତୁ ପ୍ରସାଦ ହରିଚନ୍ଦନ ଦାବି କରିଛନ୍ତି । ଶାସକ ଦଳ ଏନେଇ ଯଦି କୌଣସି  କାର୍ଯ୍ୟାନୁଷ୍ଠାନ ନ ନିଏ କାଲିଠୁ ଆନଦୋଳନ କୁ ଓହ୍ଲାଇବ କଂଗ୍ରେସ । ବିଭିନ୍ନ ଜିଲ୍ଲାରେ ସଦର ମହକୁମାରେ ଆନଦୋଳନ କରାଯିବ ବୋଲି ପିସିସି ସଭାପତି କହିଛନ୍ତି ।