ଚିଟଫଣ୍ଡ୍ କମିଶନଙ୍କ ଇସ୍ତଫା ଦାବିରେ କଟକ ନଗର କଂଗ୍ରେସର ବିକ୍ଷୋଭ

33

କଟକ ବ୍ୟୁରୋ, କନକ ନ୍ୟୁଜ୍ : ଚିଟଫଣ୍ଡ୍ କମିସନ ଅଧ୍ୟକ୍ଷ ଜଷ୍ଟିସ ଏମ.ଏମ. ଦାସଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ଜୋରଧରୁଛି ରାଜନୀତି । କମିସନ ଅଧ୍ୟକ୍ଷ ଏମ.ଏମ. ଦାସଙ୍କ ଇସ୍ତଫା ଦାବି କରିଛି କଂଗ୍ରେସ  । ଆଜି କଟକ ନଗର କଂଗ୍ରେସ ପକ୍ଷରୁ ଏନେଇ ବିକ୍ଷୋଭ ଓ ଧାରଣା ଦିଆଯାଉଛି । ନଗର କଂଗ୍ରେସ ସଭାପତି ମଦମ୍ମଦ ମୁକିମଙ୍କ ନେତୃତ୍ୱରେ ପୋଲିସ ମୁଖ୍ୟାଳୟ ପରିସରରେ ଥିବା କମିସନ ଅଧ୍ୟକ୍ଷଙ୍କ ଅଫିସ ସାମନାରେ ଏହି ଧାରଣା ଦିଆଯାଉଛି । ବିଜେଡିର ଏକ ଦଳୀୟ କାର୍ଯ୍ୟକ୍ରମରେ ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କ ଉପରେ ଦେଇଥିବା ବୟାନ ଜମାକାରୀଙ୍କୁ ହତୋତ୍ସାହିତ କରିଛି ବୋଲି କଂଗ୍ରେସ ଅଭିଯୋଗ କରିଛି ।

ସେପଟେ  ବିଜେପି ମଧ୍ୟ ଜଷ୍ଟିସ ଦାସଙ୍କୁ କଡା ବିରୋଧ କରିବା ସହ ତାଙ୍କ ଇସ୍ତଫା ଦାବି କରିଛି । ଆସନ୍ତାକାଲି ଗୃହରେ ଏହି ପ୍ରସଙ୍ଗ ଉଠାଇବ ବିଜେପି । ତେବେ ଜଷ୍ଟିସ ଦାସଙ୍କ ଇସ୍ତଫା ଦାବି ଯୁକ୍ତିଯୁକ୍ତ ନୁହଁ ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି ବିଜେଡି ମୁଖ୍ୟ ସଚେତକ ଅନନ୍ତ ଦାସ ö

ଅନ୍ୟପଟେ ମାସକ ମଧ୍ୟରେ ସ୍ୱଳ୍ପ ଜମାକାରୀଙ୍କ ତାଲିକା ରିପୋର୍ଟ ଦିଆଯିବ ବୋଲି କନକ ନ୍ୟୁଜକୁ ସ୍ୱତନ୍ତ୍ର ସାକ୍ଷାତକାର ଦେଇ କହିଛନ୍ତି ଚିଟଫଣ୍ଡ କମିସନ ଅଧ୍ୟକ୍ଷ ଜଷ୍ଟିସ ଏମଏମ ଦାସ ।