କାଟଜୁଙ୍କ କଟୁ କଥାକୁ ନେଇ ଓଡ଼ିଶାରେ ପ୍ରବଳ ଅସନ୍ତୋଷ ! ସୋସିଆଲ ମିଡିଆରେ ଜୋରଦାର ଟ୍ରୋଲ ହେଲେ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି

451

କନକ ବ୍ୟୁରୋ : ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ମାର୍କଣ୍ଡେୟ କାଟଜୁ ପୁଣିଥିରେ ଓଡିଶା ଓ ଓଡିଆଙ୍କୁ ନେଇ କଟାକ୍ଷ କରିବା ପରେ ସାରା ରାଜ୍ୟରେ ପ୍ରତିକ୍ରିୟା ପ୍ରକାଶ ପାଇଛି । କାଟଜୁଙ୍କ ଏଭଳି କଟାକ୍ଷକୁ ନେଇ ସୋସିଆଲ ମିଡିଆରେ ତାଙ୍କୁ ଜୋରଦାର ସମାଲୋଚନା କରାଯାଉଛି । ହେଲେ ତାପରେ ବି କାଟଜୁ ବାରମ୍ବାର ଓଡିଶା ବିରୋଧି ଟ୍ୱିଟ କରିଚାଲିଛନ୍ତି । ସିଧାସଳଖ ଆମ ସଂସ୍କୃତି ଓ ପରମ୍ପରାକୁ ନଇ କାଟଜୁ କଙ୍କୁ କଥା କହୁଥିବା ବେଳେ ସୋସିଆଲ ମିଡିଆରେ ସମାଲୋଚନା ବି ବଢି ଚାଲିଛି ।

ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ମାର୍କଣ୍ଡେୟ କାଟଜୁ ପୁଣିଥରେ ଓଡିଆ ମାନଙ୍କୁ କଟାକ୍ଷ କରି ଟ୍ୱିଟ କରିଛନ୍ତି । ଆଉ ଏଥର ଅଭିଜିତ ଆୟର ପ୍ରସଙ୍ଗକୁ ନେଇ ଓଡିଶା ଲୋକଙ୍କ କଟାକ୍ଷ କରିଛନ୍ତି କାଟଜୁ ।

କାଟଜୁଙ୍କ କଟୁ କଥା

୦୭ ଡିସେମ୍ବର ୨୦୧୮ରେ ଟ୍ୱିଟ କରି କାଟଜୁ କହିଛନ୍ତି
ଓଡିଆ ମାନେ, ମୁଁ ତମ ବିଷୟରେ ଥଟ୍ଟା କରିଛି  (ମୋର ଫେସବୁକର ପୂର୍ବ ପୋଷ୍ଟ ଦେଖ)
ତ ତମେ ମୋତେ କେବେ ଜେଲରେ ଭର୍ତ୍ତି କରିବ?
ହଁ, ମୁଁ ବି କ୍ଷମା ମାଗିଛି,ଯେମିତି ଅଭିଜିତ ଆୟାର କରିଥିଲେ
କିନ୍ତୁ ମୁଁ ନିଶ୍ଚିତ ଭାବେ ୪୩ ଦିନ ଜେଲରେ ରହିବା ଦରକାର,ମୁକୁଳିବା ପୂର୍ବରୁ ।

ଓଡିଶା ଲୋକଙ୍କୁ ସମାଲୋଚନା କଲାବେଳେ କିନ୍ତୁ କାଟଜୁ ଭୁଲି ଯାଇଛନ୍ତିି ଯେ ସୁପ୍ରିମକୋର୍ଟ ନିଜେ କହିଥିଲେ ଯେ ଅଭିଜିତ ଆୟରାଙ୍କ ପାଇଁ ଜେଲ ହେଉଛି ସୁରକ୍ଷିତ ସ୍ଥାନ । ଯେଉଁଥି ପାଇଁ କାଟଜୁଙ୍କୁ ସୋସିଆଲ ମିଡିଆରେ ସମାଲୋଚନା କରାଯାଉଛି ।

ରଶ୍ମି ଡି ମହାନ୍ତି ଟ୍ୱିଟ କରିଛନ୍ତି
ସାର ! ଏସି ରୁମ ଭିତରେ ବସି ଟ୍ୱିଟ କରିବା ମଜାଳିଆ କାମ ।
ଆପଣ ଓଡିଶାର ଜେଲ ଭିତର କଥା ଜାଣି ନାହାଁନ୍ତି
ଆପଣ ଥରେ ବିଚାରାଧୀନ କଏଦୀ ଭାବେ ଜେଲକୁ ଗଲେ
ଜେଲ ଭିତରର ବନ୍ଦୀ ଆପଣଙ୍କୁ ଭଲ ଭାବେ ବୁଝାଇ ଦେବେ ।
ସୁପ୍ରିମକୋଟଙ୍କ ପୂର୍ବତନ ବିଚାରପତି ଭାବେ ଆପଣଙ୍କ ଯେଉଁ ଗର୍ବ ଅଛି
ତାହା ସେଠାରେ କାମ କରବି ନାହିଁ ।

ହେଲେ ନିଜ ଭୁଲକୁ ବୁଝିବା ପରିବର୍ତ୍ତେ କାଟଜୁ ଆହୁରି ଆକ୍ରମଣାତ୍ମ ଶୈଳୀରେ ଓଡିଶାର ପରମ୍ପରା ଓ ଐତିହ୍ୟକୁ ନେଇ ସମାଲୋଚନା କରିଛନ୍ତି । କାଟଜୁ କହିଛନ୍ତି କଳିଙ୍ଗ ଯୁଦ୍ଧରେ ଆକ୍ରମଣର ଶିକର ହେବା ଘଟଣାକୁ ଆପଣମାନେ ଭୁଲି  ପାରିଛନ୍ତି କି?

ସେହିପରି ଶାନ୍ତନୁ ଶ୍ରୀଭାସ୍ତବ କହିଛନ୍ତି
ଶ୍ରୀଯୁକ୍ତ କାଟଜୁ । ଏହା ଆପଣଙ୍କ ଠାରୁ ଅଶା କରାଯାଏ ନାହିଁ । ଆପଣ ନିଜେ ଜାଣିଛନ୍ତି ଯେ ଆପଣ ଲୋକଙ୍କ ଭାବାବେଗକୁ ଆଘାତ ଦେଉଛନ୍ତି ଯାହା ବେଆଇନ ।

ଆମେ ଭିନ୍ନ ଭିନ୍ନ ଲୋକ ଅଛୁ,ଓଡିଆ,ବଙ୍ଗାଳୀ,ତେଲୁଗୁ,ତାମିଲ…
ସମସ୍ତଙ୍କର ନିଜସ୍ୱ ସ୍ୱତନ୍ତ୍ର ସଂସ୍କୃତି ରହିଛି,ଯାହାକୁ ସମସ୍ତେ ସମ୍ମାନ
ଦେବା ଉଚିତ । ଏଭଳି ମନ୍ତବ୍ୟ ପାଇଁ ଆପଣ କ୍ଷମା ମାଗିବା ଉଚିତ
ଏହାପରେ କାଟଜୁ ଚିହିଁକି ଯାଇ ଟ୍ୱିଟ୍ କରି ପ୍ରଶ୍ନ କରିଛନ୍ତି
ଆପଣ ଜଣେ ଓଡିଆ କି?

ସେହିପରି ଡକ୍ଟର ନଳିନୀକାନ୍ତ ତ୍ରିପାଠୀ କାଟଜୁଙ୍କୁ ସମାଲୋଚନା କରି କହିଛନ୍ତି
ସାର୍ ! କୈାଣସି ଜାତି ବିଷୟରେ ଏଭଳି ମନ୍ତବ୍ୟ ଦେବା ଠିକ ନୁହେଁ ।

ଏହା ସୂଚାଉଛି ଆମେ କେତେ ଶିକ୍ଷିତ ଓ ସଭ୍ୟ (କୈାଣସି ଡିଗ୍ରୀ ବା ପଦବୀ ନୁହେଁ) ଯେଉଁମାନେ ସଭ୍ୟ ସେମାନେ ଜାତି,ଧର୍ମ,ଭଗବାନ,ବିଶ୍ୱାସ ଓ ପର୍ବପର୍ବାଣୀକୁ ନେଇ ତାଚ୍ଛଲ୍ୟ କରନ୍ତି ନାହିଁ ।

ପୂର୍ବରୁ ମଧ୍ୟ ଜଷ୍ଟିସ ମାର୍କଣ୍ଡେୟ କାଟଜୁ ଶ୍ରୀଜଗନ୍ନାଥଙ୍କୁ ନେଇ କଟୁ କଥା କହିଥିଲେ । ଓଡିଶାର ଇତିହାସ ଓ ପରମ୍ପରାକୁ ନେଇ ସମାଷଳାଚନା ବି କରିଥିଲେ । ଶେଷରେ ବିବାଦ ବଢିବା ପରେ କ୍ଷମା ମାଗିଥିଲେ ସତ । ହେଲେ ସୁପ୍ରିମକୋର୍ଟର ଜଣେ ଅବସରପ୍ରାପ୍ତ ବିଚାର ପତି ହୋଇ ପୁଣି ଥରେ ଓଡିଆ ଜାତି ବିରୋଧରେ କାଟଜୁଙ୍କ କଙ୍କୁ କଥା ସାମ୍ନାକୁ ଆସିବା ପରେ କାଟଜୁଙ୍କୁ ସବୁ ମହଲରେ ସମାଲାଚନା କରାଯାଉଛି ।