ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ହେଲେ ଜଷ୍ଟିସ କଳ୍ପେଶ ସତ୍ୟାନ୍ଦ୍ର ଜାଭେରି: ଆଇନମନ୍ତ୍ରାଳୟର ନୋଟିସ ଜାରି

45

କନକ ବ୍ୟୁରୋ: ରାଜସ୍ଥାନ ହାଇକୋର୍ଟର ଜଷ୍ଟିସ କଳ୍ପେଶ ସତ୍ୟାନ୍ଦ୍ର ଜାଭେରି ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତ ହୋଇଛନ୍ତି । ତେବେ ଏନେଇ କୌଣସି ସରକାରୀ ନିର୍ଦ୍ଦେଶନାମା ଓଡିଶା ହାଇକୋର୍ଟକୁ ଆସିନାହିଁ । ଖୁବ ଶୀଘ୍ର ଏନେଇ ସୂଚନା ମିଳିବ ବୋଲି ଓଡିଶା ହାଇକୋର୍ଟର ବରିଷ୍ଠ ପ୍ରଶାସନିକ ଅଧିକାରୀ ସୂଚନା ଦେଇଛନ୍ତି । ତେବେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏନେଇ ନୋଟିସ ଜାରି କରାଯାଇଛି ।

ସୂଚନା ଯୋଗ୍ୟ ଯେ ଜଷ୍ଟିସ କଳ୍ପେଶ ସତ୍ୟାନ୍ଦ୍ର ଜାଭେରି ପ୍ରଥମ ଥର ପାଇଁ ଗୁଜରାଟ ହାଇକୋର୍ଟର ଅସ୍ଥାୟୀ ବିଚାରପତି ଭାବେ ୨୦୦୪ ମସିହାରେ ନିଯୁକ୍ତି ପାଇଥିଲେ। ପରେ ସେ ୨୦୦୫ ମସିହାରେ ତାଙ୍କୁ ଗୁଜୁରାଟ ହାଇକୋର୍ଟର ସ୍ଥାୟୀ ବିଚାରପତିଭାବେ ନିଯୁକ୍ତି ଦିଆଯାଇଥିଲା। ୨୦୧୬ ମସିହାରେ ଜଷ୍ଟିସ କଳ୍ପେଶ ସତ୍ୟାନ୍ଦ୍ର ଜାଭେରି ରାଜସ୍ଥାନ ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ପାଇଥିଲେ। ଗତକାଲି ଜଷ୍ଟିସ କଳ୍ପେଶ ସତ୍ୟାନ୍ଦ୍ର ଜାଭେରିଙ୍କୁ ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ଭାରତର ରାଷ୍ଟ୍ରପତି ନିଯୁକ୍ତି ଦେଇଛନ୍ତି। ଓଡ଼ିଶା ହାଇକୋର୍ଟ ୨୯ତମ ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ ଭିନୀତ ଶରଣ ୨୦୧୬ ମିହା ଫେବ୍ରୁାରି ୨୬ ତାରିଖ ଦିନ ଦାୟିତ୍ୱ ନେଇଥିଲେ।