ଶ୍ରୀମନ୍ଦିର ପରିଚାଳନା ସଂସ୍କାର ପାଇଁ ଗଠନ ହେଲା କମିସନ : ଜଷ୍ଟିସ ବିମଳ ପ୍ରସାଦ ଦାସଙ୍କୁ ଦାୟିତ୍ୱ

28

ପୁରୀ ବ୍ୟୁରୋ, କନକ ନ୍ୟୁଜ୍ : ନୀଳାଦ୍ରି ବିଜେ ବିଶୃଙ୍ଖଳା ପ୍ରସଙ୍ଗରେ ଶ୍ରୀମନ୍ଦିର ପରିଚାଳନା ସଂସ୍କାର ପାଇଁ ଗଠନ ହେଲା କମିସନ । ଜଷ୍ଟିସ ବିମଳ ପ୍ରସାଦ ଦାସଙ୍କୁ କମିସନ ଅଧ୍ୟକ୍ଷ ଭାବେ ନିଯୁକ୍ତି କରାଯାଇଛି । କମିସନ ନିଯୁକ୍ତି ନେଇ ସରକାରଙ୍କ ଚିଠି ପାଇନି । ଗଣମାଧ୍ୟମରୁ ଏହା ଅବଗତ ହେଲି ବୋଲି କହିଛନ୍ତି ଜଷ୍ଟିସ ଦାସ । ଜଗନ୍ନାଥ ପ୍ରସଙ୍ଗ ଅତି ସମ୍ବେଦନଶୀଳ । ଏହା ଏକ ମୋ ଦାୟିତ୍ୱପୂର୍ଣ୍ଣ ଚ୍ୟାଲେଂଜ । ଏହି ଗୁରୁଦାୟିତ୍ୱକୁ ମୁଁ ତୁଲାଇ ପାରିବି ବୋଲି ସେ କହିଛନ୍ତି । ସଂସ୍କାର ପାଇଁ ବିଭିନ୍ନ ଲୋକ ଓ ସଂସ୍ଥା ପ୍ରସ୍ତାବ ଦେବେ । ତଦନ୍ତ ସାରି ରିପୋର୍ଟ ଦେବା ମୋ ପ୍ରଥମ ପ୍ରାଥମିକତା ହେବ ବୋଲି ବିମଳ ପ୍ରସାଦ କହିଛନ୍ତି ।