ଏସ୍ଆଇଟି ଗଠନ ପରେ ୨୦ହଜାର କୋଟି ଟଙ୍କା ଦେଶକୁ ଫେରିଛି : ଜଷ୍ଟିସ୍ ଅରିଜିତ୍ ପଶାୟତ

55

କଟକ ବ୍ୟୁରୋ, କନକ ନ୍ୟୁଜ୍ : ଏସଆଇଟି ବୈଠକ ପରେ ପ୍ରତିକ୍ରିୟା ରଖିଛନ୍ତି ଉପାଧ୍ୟକ୍ଷ ଜଷ୍ଟିସ ଅରିଜିତ ପଶାୟତ। କହିଛନ୍ତି ଏସଆଇଟି ଗଠନ ପରେ ଦେଶକୁ କଳାଧନ ଫେରିଛି। ପ୍ରାୟ ୨୦ ହଜାର କୋଟି ଟଙ୍କା ଫେରିଥିବା ସେ ସୂଚନା ଦେଇଛନ୍ତି । ସେହିପରି ଦେଶ ଭିତରେ ପ୍ରାୟ ୨୦ ହାଜର କୋଟି ଟଙ୍କାରୁ ଅଧିକ କଳାଧନ ମିଳିଛି।

ଓଡିଶାରେ ମଧ୍ୟ ବିଭିନ୍ନ ସେକ୍ଟରରେ ବିନୋଯୋଗ ହୋଥିବା କଳାଧନ ନେଇ ତଦନ୍ତ ଜାରି ରଖିଛି ଏସଆଇଟି। କଳାଧନ ପ୍ରସଙ୍ଗ ନେଇ ଏପର୍ଯ୍ୟନ୍ତ ଏସଆଇଟି ସୁପ୍ରିମକୋର୍ଟରେ ୬ଟି ରିପୋର୍ଟ ଦାଖଲ କରିଛି। ଆଗାମୀ ନଭେମ୍ବର କିମ୍ବା ଡିସେମ୍ବରରେ ପରବର୍ତି ରିପୋର୍ଟ ଦାଖଲ କରାଯିବ ବୋଲି କହିଛନ୍ତି ଜଷ୍ଟିସ ଅରିଜିତ ପଶାୟତ।