ଜୁନିଅର ମାଧବନଙ୍କ ଜିତରେ ଗର୍ବିତ ବାପାଙ୍କ ପୋଷ୍ଟ ! ପୁଅ ବାପାଙ୍କୁ ସଫଳତାର ଶ୍ରେୟ ଜ୍ଞାପନ କଲେ । 

62

ବଲିଉଡର ଜଣାଶୁଣା ଅଭିନେତା ଆର୍.ମାଧବନଙ୍କ ପୁଅ ବର୍ତ୍ତମାନ ଭାରତ ପାଇଁ ଗର୍ବର ବିଷୟ ପାଲଟିଛନ୍ତି । ମାଧବନଙ୍କ ପୁଅ ବେଦାନ୍ତ ମାଧବନ୍ ୧୫୦୦ ମିଟର ଅନ୍ତର୍ଜାତୀୟ ସନ୍ତରଣ ଚାମ୍ପିୟନସିପ୍ ୨୦୧୮ରେ ବ୍ରୋଞ୍ଜ ମେଡ଼ାଲ ହାସଲ କରିଛନ୍ତି । ମାଧବନ୍ ଖୋଦ ଏହି ଖବର ତାଙ୍କ ଇନଷ୍ଟାଗ୍ରାମ ପୋଷ୍ଟରେ କରି କହିଛନ୍ତି । ମାଧବନ ତାଙ୍କ ପୁଅ ବେଦାନ୍ତଙ୍କ ବ୍ରୋଞ୍ଜ ପଦକ ଧରିଥିବା ଏକ ଫଟୋ ଇନଷ୍ଟାଗ୍ରାମରେ ପୋଷ୍ଟ କରିବା ସହ ଏହାର କ୍ୟାପସନରେ ଲେଖିଥିଲେ,‘ ମୁଁ  ଏବଂ ମୋ ପତ୍ନୀ ସରିତାଙ୍କ ପାଇଁ ବହୁତ ଗର୍ବର ମୁହୂର୍ତ୍ତ ଆସିଛି। ବେଦାନ୍ତ ଥାଇଲ୍ୟାଣ୍ଡରେ ଅନୁଷ୍ଠିତ ସନ୍ତରଣ ପ୍ରତିଯୋଗିତାରେ ଭାରତ ପାଇଁ ତାହାର ପ୍ରଥମ ପଦକ ହାସଲ କରିଛନ୍ତି। ଆପଣମାନଙ୍କର ଆଶୀର୍ବାଦ ପାଇଁ ବହୁତ ବହୁତ ଧନ୍ୟବାଦ ।’ନିଜର ଜୀବନ୍ତ ଅଭିନୟ ପାଇଁ ଦର୍ଶକଙ୍କ ମନରେ ଘର କରିଥିବା ମାଧବନ୍ ପୁଅ ଅନ୍ୟ କଳାକାରଙ୍କ ସନ୍ତାନ ଭଳି ଅଭିନୟକୁ ଚୟନ କରି ନାହାନ୍ତି ବରଂ ସେ ସନ୍ତରଣକୁ ନିଜର କ୍ୟାରିୟର ଭାବେ ଗ୍ରହଣ କରିଛନ୍ତି । ଖାଲି ସେ ଚୟନ କରିଛନ୍ତି ତାହା ନୁହଁ, ଏଥିରେ ସେ ସଫଳତା ହାସଲ କରିବା ସହ ଭାରତ ପାଇଁ ଗର୍ବର ବିଷୟ ପାଲଟିଛନ୍ତି । ନିଜ ସଫଳତା ପଛରେ ବାପା ଓ ମା’ଙ୍କ ହାତ ଥିବା କଥା ଜୁନିୟର ରାଘବନ୍ କହିଛନ୍ତି । ଏଥିରୁ ଜଣାପଡୁଛି ଯେ ଆର.ମାଧବନ୍ କେବଳ ସିନେମାରେ ହିଁ ନିଜ ଇଚ୍ଛାନୁସାର କ୍ୟାରିୟର କରିବା ସପକ୍ଷରେ ନାହାନ୍ତି । ସେ ରିଅଲ ଲାଇଫରେ ମଧ୍ୟ ଏହି ନିୟମକୁ ପାଳନ କରିଛନ୍ତି ।