ସ୍ୱର୍ଣ୍ଣିମ ଲକ୍ଷ୍ୟରେ ଭାରତ : ଆଜି ହକି ଜୁନିୟର ବିଶ୍ୱକପ୍ ଫାଇନାଲରେ ବେଲଜିୟମ ସହ ହେବ ଟକ୍କର

28

କନକ ବ୍ୟୁରୋ : ସ୍ୱର୍ଣ୍ଣିମ ଲକ୍ଷ୍ୟରେ ଭାରତ । ଜୁନିଅର୍ ହକି ବିଶ୍ୱକପର ଆଜି ଫାଇନାଲ୍ ମ୍ୟାଚ୍ । ଲକ୍ଷ୍ନୈା ବେଲଜିୟମକୁ ଭେଟିବ ଭାରତ । ଭାରତରେ ଦ୍ୱିତୀୟ ଥର ପାଇଁ ଜୁନିଅର୍ ବିଶ୍ୱକପ୍ ଆୟୋଜିତ ହେଉଥିବା ବେଳେ ଦ୍ୱିତୀୟ ବିଜୟ ଅପେକ୍ଷାରେ ରହିଛି ଭାରତ । ସେମିରେ ଜର୍ମାନୀକୁ ୪-୨ ଗୋଲରେ ମାତ୍ ଦେଇ ଫାଇନାଲକୁ ଆସିଛି ଭାରତ । ୧୫ ବର୍ଷ ପରେ ପୁଣି ସ୍ୱର୍ଣ୍ଣ ଜିତିବାକୁ ଆଶା ରଖିଛି ଟିମ୍ ଇଣ୍ଡିଆ । ପୂର୍ବରୁ ୧୯୯୭ରେ ଭାରତ ଇଂଲଣ୍ଡଠାରୁ ହାରି ରନର୍ସଅପ୍ ହୋଇଥିଲା । ତେବେ ୨୦୦୧ରେ ଅଷ୍ଟ୍ରେଲିଆକୁ ମାତ୍ ଦେଇ ଚାମ୍ପିଅନ୍ ହୋଇଥିଲା ।