ଜିଏସଟି : ୭୦ ବର୍ଷ ପରେ ସଂସଦରେ ପୁଣି ଚାକଚକ୍ୟର ମାହୋଲ, ବିଗ୍ ବି ଓ ଲତା ମଙ୍ଗେସକର ହେବେ ସାମିଲ

18

ସଂସଦର କେନ୍ଦ୍ରୀୟ କକ୍ଷରେ ଆଜି ମଧ୍ୟ ରାତ୍ରିରେ ଚାକଚକ୍ୟର ମାହୋଲ ହେବ । ଏଥିରେ ମେଗାଷ୍ଟାର ଅମିତାଭ ବଚ୍ଚନଙ୍କ ଠାରୁ ଆରମ୍ଭ କରି ଉଦ୍ୟୋଗ ଜଗତର ନାମୀ ଦାମୀ ହସ୍ତୀ ରତନ ଟାଟା ଓ ସ୍ୱର ସାମ୍ରାଜ୍ଞୀ ଲତା ମଙ୍ଗେସକର ଉପସ୍ଥିତ ରହିବେ । ଏହା ବ୍ୟତୀତ ଅନେକ ନାମିଦାମୀ ଲୋକ ଏହି ଅବସରରେ ସଂସଦର କେନ୍ଦ୍ରୀୟ କକ୍ଷର ଶୋଭା ବଢ଼ାଇବେ । ଜିଏସଟି ଲାଗୁ ହେଲେ ଏହା ହେବ ସ୍ୱାଧୀନତା ପରେ ସବୁଠାୁର ବଡ଼ କର ସୁଧାର ।

୧୯୯୭ରେ ସ୍ୱାଧୀନତାର ସ୍ୱର୍ଣ୍ଣ ଜୟନ୍ତୀ ଅବସରରେ ସଂସଦରେ ମଧ୍ୟରାତ୍ରିରେ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । କିନ୍ତୁ ଏଥର ସଂସଦର କେନ୍ଦ୍ରୀୟ କକ୍ଷରେ ଭବ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ଯାହା ମହତ୍ୱପୂର୍ଣ୍ଣ କର ସୁଧାର ଆରମ୍ଭ ଉପରେ ପର୍ଯ୍ୟବେଶିତ ରହିବ । ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉପସ୍ଥିତ ରହିବେ । ୧୪ ଅଗଷ୍ଟ ୧୯୪୭ ରାତିରେ ଏମିତି ଭବ୍ୟ କାର୍ଯ୍ୟକ୍ରମ ଅନଷ୍ଠିତ ହୋଇଥିଲା । ଯେତେବେଳେ ଭାରତ ନିଜ ଭବିଷ୍ୟତର ସ୍ୱପ୍ନ ଆଡକୁ ଅଗ୍ରସର ହେଉଥିଲା । ସେତେବେଳେ ମଧ୍ୟ ଏହିପରି ମଧ୍ୟରାତ୍ରୀରେ ସ୍ୱତନ୍ତ୍ର ବୈଠକ ଡ଼କାଯାଇଥିଲା ।

ମନମୋହନ ସିଂ ଓ ଏଚଡି ଦେବଗୌଡ଼ାଙ୍କୁ ମଧ୍ୟ ନିମନ୍ତ୍ରିତ କରାଯାଇଛି –
ପୂର୍ବ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଓ ଏଚଡ଼ି ଦେବଗୌଡ଼ାଙ୍କୁ ମଧ୍ୟ ଏହି ନୂଆ ପ୍ରଣାଳୀର ଆରମ୍ଭର ଐତିହାସିକ କ୍ଷଣରେ ଯୋଗ ଦେବା ପାଇଁ ଆମନ୍ତ୍ରିତ କରାଯାଇଛି । ସୂଚନା ଅନୁସାରେ ଜିଏସଟି ଲାଗୁ ହେବା ପରେ ୨୦୦୦ ଆରବ ଡ଼ଲାରର ଅର୍ଥବ୍ୟବସ୍ତାକୁ ନୂଆ ଆକାର ଦେବ ।

କଂଗ୍ରେସ ଉପସ୍ଥିତ ରହିବ ନାହିଁ-
କଂଗ୍ରେସ ଦଳ ଏହି କାର୍ଯ୍ୟକ୍ରମକୁ ବହିଷ୍କାର କରିବାର ପାଇଁ ନଷ୍ପତି ନେଇଛି । ସୂଚନା ଅନୁସାରେ ଛୋଟ, ମଧ୍ୟମ ଓ ବେପାରୀଙ୍କୁ ଏହା ଦ୍ୱାରା ଲାଭ ହେଉ ନଥିବାରୁ କଂଗ୍ରେସ ଏପରି ନିଷ୍ପତି ନେଇଛି ।

ରାତି ୧୧ ଟାରେ ଆରମ୍ଭ ହେବ ମଧ୍ୟରାତ୍ରୀ ଅଧିବେଶନ –
ଏହି ମହତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ଆଜି ରାତି ୧୧ ରୁ ଆରମ୍ଭ ହୋଇ ମଧ୍ୟରାତ୍ରୀ ଯାଏଁ ଚାଲିବ ଯାହା ସହ ଦେଶରେ ଏକ ନୂତନ ସେବା କର ବ୍ୟବସ୍ଥା ଆରମ୍ଭ ହୋଇଯିବ । ରାଷ୍ଟ୍ରପତି, ପୂର୍ବ ପ୍ରଧାନମନ୍ତ୍ରୀଙ୍କ ସମେତ ଉପରାଷ୍ଟ୍ରପତି ହମିଦ୍ ଅନସାରୀ ଓ ଲୋକସଭା ଅଧ୍ୟକ୍ଷ ସୁମିତ୍ରା ମହାଜନ ମଞ୍ଚରେ ବିରାଜମାନ ରହòବେ । ଏହା ବ୍ୟତୀତ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ମଧ୍ୟ ଏଠାରେ ଉପସ୍ଥିତ ରହିବେ ।