ଜୁଲାଇ ୧ କୁ ଜିଏସଟି ଦିବସ ରୂପେ ପାଳନ କରିବାକୁ କେନ୍ଦ୍ର ସରକାରଙ୍କ ଘୋଷଣା!

36

କନକ ବ୍ୟୁରୋ: ୨୦୧୭ ମସିହା ଜୁଲାଇ ୧ ତାରିଖରେ କେନ୍ଦ୍ର ସରକାର ସାରା ଦେଶରେ ଏକକ ଟିକସ ବ୍ୟବସ୍ଥା କରିବା ଲାଗି ଘୋଷଣା କଲେ । ଏହାର ଅର୍ଥ ହେଉଛି ସାରା ଦେଶରେ ଗୋଟିଏ ଟିକସ ବ୍ୟବସ୍ଥା । ଜନସାଧାରଣ ବସ୍ତୁ ଓ ସେବା ଉପରେ ଯେପରି ଥରେ ଟ୍ୟାକ୍ସ ଦେବେ ସେଥିଲାଗି ସରକାର ଏପରି ପନ୍ଥା ଆପଣାଇଥିଲେ ।

ଶନିବାର କେନ୍ଦ୍ର ସରକାର କହିଛନ୍ତି ଯେ, ଜିଏସଟି ଆସିବା ଦ୍ୱାରା ସାରା ଦେଶରେ ଅଦ୍ଭୁତପୂର୍ବ ସୁଧାର ଆସିଛି । ସଂସଦର କେନ୍ଦ୍ରୀୟ କକ୍ଷରେ ୨୦୧୭ ମସିହା ଜୁନ୩୦ ତାରିଖ ମଧ୍ୟ ରାତ୍ରିରେ ସେବା ଓ ବସ୍ତୁ କରର ଯୋଜନା କରାଯାଇ ତହିଁ ପରଦିନ ଜୁଲାଇ ୧ ରେ ଏହା ଘୋଷଣା କରାଯାଇଥିଲା ।

କେନ୍ଦ୍ର ସରକାରଙ୍କ ଅର୍ଥବିଭାଗ ପକ୍ଷରୁ ଗତକାଲି କୁହାଯାଇଛି କି ଏହି ବ୍ୟବସ୍ଥା ଲାଗୁ କଲାପରେ ଅନେକ କଠିନ ପରିସ୍ଥିତିର ସାମନା କରିବାକୁ ପଡିଛି । ତଥାପି ପ୍ରଶାସନ ଏହା କିପରି ଭାବରେ ସଫଳ ହେବ ତାହା ଉପରେ ଅନେକ ଉଲ୍ଲେଖନୀୟ କାମ କରିଛନ୍ତି । ଭାରତୀୟ କରଜ ଦାତାମାନେ ଏହି ଯୋଜନାକୁ ସ୍ୱାଗତ କରିବା ସହ ଏକକ କରରେ ସମସ୍ତେ ଲାଭ ପାଇବେ ବୋଲି କରଦାତା ମାନେ କହିଛନ୍ତି ।

ଏକକ ଟିକସ ବ୍ୟବସ୍ଥା ଲାଗୁ ହେବା ପୂର୍ବରୁ ସାରା ଦେଶରେ କେନ୍ଦ୍ର, ରାଜ୍ୟ ଓ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଅନେକ ଟିକସ ନିଆଯାଉଥିଲା । କିନ୍ତୁ ଏହା ହେବା ଦ୍ୱାରା ସାରା ଦେଶରେ ଗୋଟିଏ ଟିକସ ଦେବା ପାଇଁ ଲୋକ ମାନଙ୍କୁ ପଡୁଛି । ନିତ୍ୟ ବ୍ୟବହାର ସାମଗ୍ରୀ ସାରା ଦେଶରେ ଗୋଟିଏ ଦର ରହୁଛି । ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ କହିଛନ୍ତି ଯେ, ଜିଏସଟି ଆମ ଲାଗି ଏକ ଚ୍ୟାଲେଞ୍ଜ ଠାରୁ କିଛି କମ ନଥିଲା । ତେବେ ଏହା ଯେଉଁ ଭାବରେ ସଫଳ ହେଇଛି ସେଥିଲାଗି ସମସ୍ତ ରାଜ୍ୟ ଓ ଜନସାଧାରଣଙ୍କୁ ଧନ୍ୟବାଦ” ବୋଲି ଜେଟଲୀ କହିଛନ୍ତି ।

ଜିଏସଟିର ପ୍ରଭାବ

ସାଧାରଣ ଲୋକମାନଙ୍କୁ ଗୋଟିଏ କର ଦେବାକୁ ପଡୁଥିବା ସହ ଅନ୍ତର୍ଜାତୀୟ ବଜାରରେ ମଧ୍ୟ ଏହା ଲାଭ ଦେଉଛି । ଆଗରୁ ଦେଶରେ ବ୍ୟବସାୟ କରିବାକୁ ହେଲେ ଅନେକ ଟିକସ ଦେବାକୁ ପଡିୁଥିଲା କିନ୍ତୁ ଏବେ ଗୋଟିଏ ଟିକସ ଦେବାକୁ ପଡୁଛି । ଜିଏସଟି ରେ ଗୋଟିଏ ସରକାର ଗୋଟିଏ ଦେଶ ଓ ଗୋଟିଏ ଟିକସକୁ ଗୁରୁତ୍ୱ ଦିଆଯାଉଛି । ଏହା ଦ୍ୱାରା ଦେଶର ରାଜସ୍ୱ ମଧ୍ୟ ବଢିବ । ତେଣୁ ଏହାକୁ ଅନେକ ଲୋକ ସ୍ୱାଗତ କରିଛନ୍ତି ।

ଜିଏସଟିର କୁପ୍ରଭାବ

ଏକକ ଟିକସ ବ୍ୟବସ୍ଥା ଲାଗୁ କରାଯିବା ଦ୍ୱାରା ଅନେକ ରାଜ୍ୟ ଅଭିଯୋଗ କରିଛନ୍ତି ଯେ, ରାଜ୍ୟ ଗୁଡିକ ଅନେକ କ୍ଷତି ସହୁଛନ୍ତି । ତେବେ ତାହାର କ୍ଷତି ଭରଣା କରିବା ଲାଗି କେନ୍ଦ୍ର ସରକାର ମଧ୍ୟ କିଛି ଟଙ୍କା ଦେବାର ବ୍ୟବସ୍ଥା କରିଛନ୍ତି । ତେବେ ଆମେ ଯଦି ବ୍ୟବସାୟୀଙ୍କ କଥା ଦେଖିବା ତେବେ ଏହା ହଠାତ ଲାଗୁ କରାଯିବାରୁ ଅନେକ କ୍ଷତି ହେଇଛି ବ୍ୟବସାୟରେ । କିନ୍ତୁ ଏକକ ଟିକସ ବ୍ୟବହାର ପରେ ବି ଅନେକ ଜିନିଷର ଦରଦାମ ବଢିଛି । ଏକକ ଟିକସ ବ୍ୟବସ୍ଥା ଆଗକୁ ଲାଭ ଦେବ ବୋଲି ଅନେକ ବ୍ୟକ୍ତି କହିଥିବା ଜଣାପଡିଛି ।