ଜାଣନ୍ତୁ କେଉଁ ରୋଗ ହେଲେ କେଉଁ ଜୁସ ପିଇବେ ? ବିଭିନ୍ନ ରୋଗରୁ ମିଳିବ ମୁକ୍ତି

154

ଜୁସ୍ ଆମ ଶରୀର ପାଇଁ ବେଶ୍ ଉପକାରୀ । ଏଥିପାଇଁ ଅନେକ ଲୋକ ନିଜ ଡାଏଟରେ ଫଳ ଏବଂ ପନିପରିବା ଜୁସକୁ ସାମିଲ କରିଥାଆନ୍ତିି । କିନ୍ତୁ ବୋଧହୁଏ ଆପଣ ଜାଣିନଥିବେ କେଉଁ ରୋଗ ପାଇଁ କେଉଁ ଜୁସ୍ ଉପକାରୀ ? ଆଜି ଆମେ ଏହି ବିଷୟରେ ଆଲୋଚନା କରିବା, ଯାହାଦ୍ୱାରା ଆପଣଙ୍କ ସମସ୍ତ ସମସ୍ୟା ସହଜରେ ଦୂର ହୋଇପାରିବ । କେଉଁ ରୋଗ ଲାଗି କେଉଁ ଜୁସ ଫଳପ୍ରଦ –

କାଶ : ଶୀତ ଦିନରେ ଅଧିକାଂଶ ଲୋକଙ୍କୁ କାଶ ହେବା ସାଧାରଣ କଥା ଅଟେ । ଏଥିପାଇଁ ଆପଣ ସକାଳୁ ସକାଳୁ ପାଣିରେ ମହୁ ଏବଂ ଲେମ୍ବୁ ରସ ମିଶାଇ ପିଇବା ଉଚିତ । ଏହାଛଡା ଆପଣ ଏକ ଗ୍ଲାସ ଜୁସରେ ତୁଳସୀ ଏବଂ ରସୁଣର ଅଳ୍ପ ରସ ମିଶାଇ ମଧ୍ୟ ସେବନ କରିପାରବେ ।

ଏସିଡିଟି : ଏସିଡିଟି ସମସ୍ୟା ଦୂର କରିବା ପାଇଁ ଆପଣ କୋବି ଏବଂ ଗାଜର ଜୁସ୍ ବ୍ୟବହାର କରିପାରିବେ । ଏହା ବ୍ୟତୀତ  ମୌସୁମୀ ଏବଂ ତରଭୁଜ ରସ ମିଶାଇ ପିଇ ପାରିବେ ।

ନିଦ୍ରାହୀନତା : ଯଦି ଆପଣ ନିଦ୍ରାହୀନତା ରୋଗର ଶିକାର,ତେବେ ପାଳଙ୍ଗ, ସେଓ ଏବଂ ପିଜୁଳିକୁ ମିଶାଇ ଜୁସ ତିଆରି କରି ପିଅନ୍ତୁ । ଏପରି କିରବା ଦ୍ୱାରା  ନିଦ୍ରାହୀନତା ରୋଗରୁ ମୁକ୍ତି ମିଳେ ଏବଂ ଭଲ ନିଦ ମଧ୍ୟ ହୋଇଥାଏ ।

ଭୋକ ନଲାଗିଲେ : ଭୋକ ନଲାଗିଲେ ଦ୍ୱାରା ଖାଲି ପେଟରେ ଲେମ୍ବୁ ପାଣି ପିଇବା ଉଚିତ୍ । ଏହି ରୋଗ ପାଇଁ ଦ୍ୱାରା ଲାଭକାରୀ ସାବସ୍ତ୍ୟ ହୋଇଥାଏ  । ଏହାସହ ଖାଇବା ପୂର୍ବରୁ ଅଦା ପେଷ୍ଟ ପ୍ରସ୍ତୁତ କରି ଏଥିରେ ସୈନ୍ଧବ ଲବଣ ମିଶାଇ ଖାଇଲେ ମଧ୍ୟ ଭଲ ଭୋକ ହୁଏ ।

ଶ୍ୱାସ ଜନିତ ସମସ୍ୟା : ଶ୍ୱାସ ରୋଗ ପାଇଁ ରସୁଣ, ଅଦା, ତୁଳସୀ, ବିଟ୍, କୋବି ଏବଂ ଗାଜର ମିଶ୍ରିତ ଜୁସ ପିଇବା ଉଚିତ । ଏହାଛଡା ଛେଳି କ୍ଷୀର ପିଇବା ମଧ୍ୟ ଦେହ ପକ୍ଷେ ହିତକର ।

ଜଣ୍ଡିସ୍ : ଜଣ୍ଡିସ୍  ହୋଇଥିଲେ ଅଙ୍ଗୁର, ସେଓ କିମ୍ବା ମୌସୁମୀ ଜୁସ ପିଇବା ଉଚିତ । ଏବଂ କିସମିସ ପାଣି ମଧ୍ୟ ପିଇଲେ ଏହି ସମସ୍ୟାରୁ ଉପଶମ ମିଳିଥାଏ ।

କ୍ୟାନସର: କ୍ୟାନସର ରୋଗୀଙ୍କୁ ଗହମ ଘାସ, ଗାଜର ଏବଂ ଅଙ୍ଗୁର ରସ ପିଆଇଲେ, ଏଥିରୁ ବହୁ ଉପଶମ ମିଳିଥାଏ ।

ଉଚ୍ଚ ରକ୍ତଚାପ ଏବଂ ନିମ୍ନ ରକ୍ତଚାପ : ଉଚ୍ଚ ରକ୍ତଚାପ ସମସ୍ୟାରେ ଗାଜର, ଅଙ୍ଗୁର, ମୌସୁମୀ ଏବଂ ଘାସ ରସ ପିଇବା ଉଚିତ । ଏବଂ ନିମ୍ନ ରକ୍ତଚାପ ସମସ୍ୟା ଭୋଗୁଥିବା ବ୍ୟକ୍ତି ଫଳରସ ଏବଂ ଖଟା ଫଳ ଖାଇବା ଉଚିତ ।