ପୁଣି ନବୀନ ସରକାରକୁ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ଟାର୍ଗେଟ ! କହିଲେ, ବିଜେଡିର ଆସିଛି ବିପର୍ଯ୍ୟୟ ସମୟ

24

କନକ ବ୍ୟୁରୋ : ପୁଣି ବିଜେଡି ସରକାରଙ୍କୁ ଟାର୍ଗେଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ । କହିଛନ୍ତି, ମୋଦି ସରକାର ପ୍ରତିବର୍ଷ ନିଜ କାର୍ଯ୍ୟକ୍ରମର ହିସାବ ଦେଉଥିବା ବେଳେ ରାଜ୍ୟ ସରକାର ୧୭ ବର୍ଷର ହିସାବ ଦେଉନାହାନ୍ତି । ଏହା ନବୀନ ସରକାରର ଦୁର୍ବଳତା ବୋଲି କହିଛନ୍ତି ଜୁଏଲ ।

ବିଜେଡିର ବହୁ ନେତା ବିଜେପି ସମ୍ପର୍କରେ ଅଛନ୍ତି, ଦଳରେ ମିଶିବା ପାଇଁ ଚାହୁଁଛନ୍ତି । ଏମିତି ବିଜେଡିର ଭିତିର କଥା କହୁଥିବା ସେ କହିଛନ୍ତି । ତେବେ ଏବେ ବିଜେଡିର ବିପର୍ଯ୍ୟୟ ସମୟ ଆସିଲାଣି । ଯୁଦ୍ଧ ଆଗରୁ ବିଜେଡି ଅସ୍ତ୍ର ଛାଡି ସାରିଛି, ୨୦୧୯ରେ ୯୫-୯୬-୯୭ର ପୁନରାବୃତି ହେବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ।