ମନ୍ତ୍ରିମଣ୍ଡଳ ଅଦଳବଦଳର ନେଇ ପ୍ରତିକ୍ରିୟା ରଖିଲେ କେନ୍ଦ୍ର ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ମନ୍ତ୍ରୀ ଜୁଏଲ ଓରାମ !

25

କନକ ବ୍ୟୁରୋ : ମନ୍ତ୍ରିମଣ୍ଡଳ ଅଦଳବଦଳର ନେଇ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ର ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ମନ୍ତ୍ରୀ ଜୁଏଲ ଓରାମ । କହିଛନ୍ତି, ନବୀନଙ୍କ ମନ୍ତ୍ରୀ ମଣ୍ଡଳରେ ୧୮ଟି ଜିଲ୍ଲାର ମନ୍ତ୍ରୀ ଶୂନ୍ୟ ହୋଇଛି । ମୁଖ୍ୟମନ୍ତ୍ରୀ ନିଜ ଜିଲ୍ଲାରୁ ୪ ଜଣଙ୍କୁ ସ୍ଥାନ ଦେଇଛନ୍ତି, ଏଥିରୁ ସ୍ପଷ୍ଟ ହେଉଛି ଯେ, ଆଦିବାସୀ ଓ ଦଳିତଙ୍କୁ ଘୃଣା କରୁଛନ୍ତି ନବୀନ । ୨୦୧୯ ନିର୍ବାଚନରେ ଜନତା, ଏହାର ଜାବବ୍ ଦେବେ ବୋଲି କହିଛନ୍ତି ଜୁଏଲ ଓରାମ । ଓଡିଶା ରାଜନୀତିରେ ୧୯୯୫, ୯୬, ୯୭ କଥା ମନେ ପଡୁଛି ।

ଆଗକୁ ଇତିହାସର ପୁନରାବୃତି ହେବ ବୋଲି କହିଛନ୍ତି ଜୁଏଲ ଓରାମ । ନବୀନ ବାବୁ ଗଠବନ୍ଧନ ଭାଙ୍ଗି ବିଜେପିକୁ ନେଇ ଧକ୍କା ଦେଇଥିଲେ ତାର ପରିଣାମ ତାଙ୍କୁ ଭୋଗିବାକୁ ପଡିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ । ସୁନ୍ଦରଗଡ ଜିଲ୍ଲାର ପୁରୁଖା ନେତାଙ୍କ ମଙ୍ଗଳା କିଷାନଙ୍କୁ ନବୀନଙ୍କ ମନ୍ତ୍ରିମଣ୍ଡଳରେ ସ୍ଥାନ ନମିଳିବା ପ୍ରଶ୍ନର ଉତର ରଖି ସେ କହିଛନ୍ତି, ମଙ୍ଗଳା କିଷାନଙ୍କୁ ମନ୍ତ୍ରୀ ନକରାଇବା ଏବଂ ସେ ପ୍ରତିକ୍ରିୟାଶୀଳ ହେବା ଦୁର୍ଭାଗ୍ୟର କଥା ।