କେନ୍ଦ୍ରାପଡାରେ ଜୁଏଲଙ୍କ ଗାଡି ଉପରକୁ ଅଣ୍ଡାମାଡ ଘଟଣା ! କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହଙ୍କ ଆଗରେ ଫେରାଦ ହେବେ ମନ୍ତ୍ରୀ

32

କନକ ବ୍ୟୁରୋ : କେନ୍ଦ୍ରାପଡା ଆଳି ବଜାରରେ ନିଜର ଗାଡି ଉପରକୁ ଅଣ୍ଡାମାଡ ଘଟଣା ନେଇ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ । ଏହା ଏକ ରୁଗଣ ମାନସିକତା ଏବଂ ଏହାର ଉଚିତ୍ ଜବାବ ତାଙ୍କ ଦଳ ଦେବ ବୋଲି ସେ କହିଛନ୍ତି ।

ବିଜେଡି ଓ କଂଗ୍ରେସ ତାଙ୍କୁ ଡରାଇବାକୁ କରିଥିବା ଉଦ୍ୟମ ସଫଳ ହୋଇନାହିଁ ବୋଲି କହିଛନ୍ତି ଜୁଏଲ । ସବୁଠାରୁ ବଡ କଥା ହେଲା, ସେ ଜଣେ କେନ୍ଦ୍ରମନ୍ତ୍ରୀ ଏବଂ ତାଙ୍କ ଗାଡି ଉପରକୁ ଅଣ୍ଡାମାଡ ହେବା ସୁରକ୍ଷାର ବ୍ୟବସ୍ଥାର ଅବ୍ୟବସ୍ଥାକୁ ସୂଚାଉଛି । ଏନେଇ ସେ କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂହଙ୍କୁ ଜଣାଇବେ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ।