ମନ୍ତ୍ରୀଙ୍କ ଚାପୁଡା ! ସର୍ବସମ୍ମୁଖରେ ବ୍ୟକ୍ତିଗତ ସହାୟକଙ୍କୁ ମାରିଲେ ଜୁଏଲ୍ ଓରାମ୍

59

କନକ ବ୍ୟୁରୋ : ଏପଟେ ଭାରତୀୟ ଜନତା ପାର୍ଟିର ଜାତୀୟ କାର୍ଯ୍ୟକାରିଣୀ ଚାଲିଥିବାବେଳେ ସେପଟେ ଦେଖିବାକୁ ମିଳିଥିଲା ଏକ ଅଭାବନୀୟ ଚିତ୍ର । ହଠାତ ନିଜର ବ୍ୟକ୍ତିଗତ ସହାୟକଙ୍କ ଉପରେ ଉତ୍ୟକ୍ତ ହୋଇପଡିଥିଲେ ବିଜେପିର ହେଭିୱେଟ ନେତା ଜୁଏଲ ଓରାମ । ଯାହା ଜଣାପଡିଛି ପିଏ ସିଦ୍ଧାର୍ଥ ମହାପାତ୍ରଙ୍କୁ ଖୋଜିଥିଲେ କେନ୍ଦ୍ରମନ୍ତ୍ରୀ, ଆଉ ତାଙ୍କୁ ପାଖରେ ନପାଇ ଉତେଜିତ ହୋଇପଡିଥିଲେ ।

ଖୁବଜୋରରେ ଗାଳିଗୁଲଜ କରିବା ସହ ଗାଲରେ ଶକ୍ତ ଚାପୁଡା ମାରିଥିଲେ । ଏତେ ଜୋରରେ ମାରିଥିଲେ ଯେ, ତଳେ ଗଳିପଡିଥିଲେ ସିଦ୍ଧାର୍ଥ । ଆଉ ଏହି ସମୟର ଚିତ୍ରକୁ କ୍ୟାମେରାରେ କଏଦ କରିଥିଲେ କିଛି ଫଟୋ ସାମ୍ବାଦିକ । ଏହି ଫଟୋ ସାମ୍ନାକୁ ଆସିବା ପରେ କେନ୍ଦ୍ରମନ୍ତ୍ରୀଙ୍କ ଜଣେ କର୍ମଚାରୀଙ୍କ ପ୍ରତି ଦୁର୍ବ୍ୟବହାରକୁ ନେଇ ଚର୍ଚ୍ଚା ।

ଜୁଏଲ କହିଛନ୍ତି ସିଦ୍ଧାର୍ଥ ତାଙ୍କର ଜଣେ କନିଷ୍ଠ କର୍ମଚାରୀ । ଆଉ ସେ ଭୁଲ କରିବାରୁ ତାଙ୍କୁ ଠେଲି ଦେଇଥିଲେ । ଚାପୁଡା ମାରି ନାହାନ୍ତି । ତେବେ ପ୍ରଶ୍ନ ଉଠୁଛି

– ଜଣେ କନିଷ୍ଠ କର୍ମଚାରୀଙ୍କ ପ୍ରତି କେନ୍ଦ୍ରମନ୍ତ୍ରୀଙ୍କ ଏପ୍ରକାର ବ୍ୟବହାର କାହିଁକି?
– ଉତ୍ତେଜିତ ହୋଇ ସର୍ବସମ୍ମୁଖରେ ଚାପୁଡା ମାରିବା କେତେଦୂର ଗ୍ରହଣୀୟ?
– ଘଟଣା ସାମ୍ନାକୁ ଆସିବା ପରେ କେନ୍ଦ୍ରମନ୍ତ୍ରୀଙ୍କ ମନରେ ନାହିଁ ଅନୁଶୋଚନା
– ବରଂ ଭୁଲ କରିଥିବାରୁ ଠେଲି ଦେଇଥିବା ସଫେଇ ଦେଇଛନ୍ତି ଜୁଏଲ

କଥା ହେଉଛି ଜଣେ କେନ୍ଦ୍ରମନ୍ତ୍ରୀଙ୍କ ଅଧୀନରେ କାମ କରୁଥିବା କର୍ମଚାରୀ ତାଙ୍କ ବିରୋଧରେ ମୁହଁ ଖୋଲିବାକୁ ସାହସ କରିପାରି ନାହାନ୍ତି । ଆଉ ଘଟଣାସ୍ଥଳରେ ଉପସ୍ଥିତ ଥିବା କିଛି ଫଟୋ ଜର୍ଣ୍ଣାଲିଷ୍ଟଙ୍କ ଯୋଗୁଁ ମାମଲା ପ୍ରଘଟ ହୋଇଛି । ଶୁଣନ୍ତୁ ଘଟଣାର ପ୍ରତ୍ୟକ୍ଷଦର୍ଶୀ ଜଣେ ଫଟୋ ସାମ୍ବାଦିକ କଣ କହୁଛନ୍ତି ।

ଏ ସଂପର୍କରେ ଆମେ ଜୁଏଲ ଓରାମଙ୍କ ପ୍ରତିକ୍ରିୟା ନେଇଥିଲୁ । ତେବେ ଅଭିଯୋଗକୁ ଭିତିହୀନ ବୋଲି କହିବା ସହ ଏକ ଭୁଲ ଖବରକୁ ପ୍ରଚାର କରାଯାଉଥିବା କହିଛନ୍ତି କେନ୍ଦ୍ରମନ୍ତ୍ରୀ ।

ଜନତାଙ୍କ ଦ୍ୱାରା ନିର୍ବାଚିତ ଜଣେ ଜନପ୍ରତିନିଧିଙ୍କ ସ୍ୱଭାବ କିଭଳି ହେବା ଦରକାର ? ଲୋକେ ତାଙ୍କଠାରୁ କଣ ଆଶା ରଖନ୍ତି । କେନ୍ଦ୍ରରେ ମୋଦି ସରକାରଙ୍କ ଆଦିବାସୀ ବ୍ୟବାପର ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗ ଦାୟିତ୍ୱରେ ଥିବା ଜୁଏଲ ଓରାମଙ୍କ ଏଭଳି ବ୍ୟବହାରକୁ ନେଇ ସାଧାରଣରେ ଚର୍ଚ୍ଚା ।