କଳାହାଣ୍ଡି ଜିଲ୍ଲାରେ ଜଣ୍ଡିସ ଆତଙ୍କ ! ୫୦ରୁ ଅଧିକ ଲୋକ ଆକ୍ରାନ୍ତ

26

କନକ ବ୍ୟୁରୋ : କଳାହାଣ୍ଡି ଜିଲ୍ଲାରେ ଜଣ୍ଡିସ ଆତଙ୍କ । ଜିଲ୍ଲା ସଦର ମହକୁମା ଭବାନୀପାଟଣାଠାରେ ୫୦ରୁ ଅଧିକ ଲୋକ ଜଣ୍ଡିସରେ ଆକ୍ରାନ୍ତ ହୋଇଥିବା ବେଳେ ୨୧ ଜଣ ଜଣ୍ଡିସ ରୋଗୀ ଚିହ୍ନଟ ହୋଇଛନ୍ତି । ଜଣ୍ଡିସ ବ୍ୟାପୁଥିବା ନେଇ ସହରବାସୀ ଆତଙ୍କିତ ହୋଇପଡିଛନ୍ତି । ଜନସ୍ୱାସ୍ଥ୍ୟ ବିଭାଗର ଖାମଖିଆଲି ମନୋଭାବ ଯୋଗୁଁ ଦୂଷିତ ପାଣି ପିଇ ଲୋକେ ଜଣ୍ଡିସରେ ଆକ୍ରାନ୍ତ ହେଉଥିବରେ ଅଭିଯୋଗ ହୋଇଛି ।