ବିକାଶ ପର୍ବ ବନାମ ବିଧାୟକ

29

ରାଉରକେଲା ବ୍ୟୁରୋ, କନକ ନ୍ୟୁଜ୍ : ବିଜେପିର ‘ବିକାଶ ପର୍ବ’କୁ ରାଉରକେଲା ବିଧାୟକ ଦିଲ୍ଲୀପ ରାୟ ବର୍ଜନ କରିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ । କହିଛନ୍ତି ଦିଲ୍ଲୀପ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ଭଲ ହୋଇଥାନ୍ତା । ତେବେ ଏହା କାର୍ଯ୍ୟକ୍ରମରେ କୌଣସି ପ୍ରଭାବ ପକାଇବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ଜୁଏଲ । ଦିଲ୍ଲୀପ କୋଲକାତା ଚାଲିଯାଇଥିଲେ ବି ସମସ୍ତ ପ୍ରକାର ସହଯୋଗ କରିଥିବା ସେ କହିଛନ୍ତି । ବିଧାୟକ ଦିଲ୍ଲୀପ ରାୟଙ୍କ ବିଦ୍ରୋହକୁ ନେଇ ଲୋକଙ୍କ ନିକଟକୁ କୌଣସି ଭୁଲ ବାର୍ତା ଯିବନାହିଁ ଏବଂ ‘ବିକାଶ ପର୍ବ’ ସଫଳ ହେବ ବୋଲି କନକ ନ୍ୟୁଜþ କୁ ଫୋନଯୋଗେ ପ୍ରତିକ୍ରିୟା ଦେଇଛନ୍ତି ଜୁଏଲ ଓରାମ ।