ବିଜୟ ମାଲ୍ୟାଙ୍କୁ ଗାଳି ନଦେଇ ତାଙ୍କ ପରି ସ୍ମାର୍ଟ ହୁଅ : ଆଦିବାସୀଙ୍କୁ ପରାମର୍ଶ ଦେଲେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ

41

କନକ ବ୍ୟୁରୋ : ହାଇଦ୍ରାବାଦ ଠାରେ ଅନୁଷ୍ଠିତ ‘ନ୍ୟାସନାଲ୍ ଟ୍ରାଇବାଲ୍‌ ଏଣ୍ଟର୍‌ପ୍ରେନ୍ୟୁୟର୍ସ କନ୍‌କ୍ଲେଭ୍‌ ୨୦୧୮’ ରେ ଯୋଗଦେଇ କେନ୍ଦ୍ର ମନ୍ତ୍ରୀ ଜୁଏଲ୍ ଓରାମ କହିଛନ୍ତି କଠୋର ପରିଶ୍ରମୀ ନୁହେଁ ବରଂ ସ୍ମାର୍ଟ ପରିଶ୍ରମୀ ହୁଅ । ଶୁକ୍ରବାର ଦିନ ସେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଆଦିବାସୀମାନଙ୍କୁ ଉତ୍ସାହ ଦେଇ ଏକଥା କହିଥିଲେ । ଆଦିବାସୀ ସମ୍ପ୍ରଦାୟ ଉଦ୍ୟୋଗୀର ଉଚ୍ଛ୍ୱାସ ବଢ଼ାନ୍ତୁ ବୋଲି ସେ କହିବା ସହ ସଫଳ ବାଣିଜ୍ୟ ସାମ୍ରାଜ୍ୟ ଗଠନ କରିଥାଇ ମଧ୍ୟ ଆଇନ୍ ଓଲଟା ଦିଗରେ ଯାଇ ନଷ୍ଟ ହୋଇ ଯାଇଥିବା ବିଜୟ ମାଲ୍ୟାଙ୍କ ଦୃଷ୍ଟାନ୍ତ ଦେଇଥିଲେ।

JUEL ON BJD

ସେ କହିଥିଲେ ସମସ୍ତେ ବିଜୟ ମାଲ୍ୟାଙ୍କୁ ଗାଳି ଦେଉଛନ୍ତି । କିନ୍ତୁ ବିଜୟ ମାଲ୍ୟାଙ୍କ ବିଷୟରେ ଅନୁଧ୍ୟାନ କଲେ ଆପଣ ଜାଣିପାରିବେ ସେ ଜଣେ ଅତି ଚତୁର ମଣିଷ । ସେ କିଛି ବିଜ୍ଞ ଲୋକଙ୍କୁ ଚାକିରି ଦେଇ ବ୍ୟାଙ୍କର୍, ରାଜନେତା, ସରକାରଙ୍କୁ ପ୍ରଭାବିତ କରିଥିଲେ । ଆପଣମାନଙ୍କୁ କିଏ ବାଧା ଦେଉଛି (ସ୍ମାର୍ଟ ହେବା ପାଇଁ) ? ବ୍ୟବସ୍ଥାକୁ ପ୍ରଭାବିତ ନ କରିବାକୁ ଆଦିବାସୀଙ୍କୁ କିଏ କହିଛି ? ବ୍ୟାଙ୍କର୍‌ମାନଙ୍କୁ ପ୍ରଭାବିତ କରିବାକୁ ଆପଣମାନଙ୍କୁ କିଏ ବାଧା ଦେଉଛି ବୋଲି ଉପହାସ କରିବା ଭଳି ଢଙ୍ଗରେ ‘ନେସ୍‌ନାଲ୍‌ ଟ୍ରାଇବାଲ୍‌ ଏଣ୍ଟର୍‌ପ୍ରେନ୍ୟୁୟର୍ସ କନ୍‌କ୍ଲେଭ୍‌ ୨୦୧୮’ ରେ ନୋଟ୍‌ ଭାଷଣ ଦେଲାବେଳେ ଓରାମ କହିଛନ୍ତି ।

juel oram on bjd

ସେ ଦର୍ଶାଇ ଥିଲେ ଯେ ଆଦିବାସୀ ହେବାରେ ସୁବିଧା ଅଛି, ଅସୁବିଧା ବି ଅଛି। ଶିକ୍ଷାନୁଷ୍ଠାନଗୁଡ଼ିକରେ ଏବଂ ସରକାରୀ ଚାକିରିରେ ଆଦିବାସୀଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ରହିଥିବାରୁ ଏହାର ସୁଯୋଗ ନେଇ ସେମାନେ ଜୀବନରେ ଉନ୍ନତି କରି ପାରିବେ । ଅସୁବିଧା ହେଲା, ସେମାନେ ଜୀବନରେ ସଫଳ ହେଲେ ମଧ୍ୟ ସେମାନଙ୍କର ସୁଗୁଣକୁ ମାନ୍ୟତା ଦିଆ ଯାଉ ନାହିଁ । ସେମାନଙ୍କର ସଫଳତାର ଶ୍ରେୟ ସଂରକ୍ଷଣକୁ ଦିଆଯାଉଥିବାରୁ ସେମାନେ ଅନ୍ୟମାନଙ୍କର ସମକକ୍ଷ ହୋଇ ପାରୁ ନାହାନ୍ ତି। ଏଭଳି ଭେଦବିଭେଦ କାରଣରୁ କେତେକ ଆଦିବାସୀ ସେମାନଙ୍କ ସାଙ୍ଗିଆ ଉଲ୍ଲେଖ କରିବା ବନ୍ଦ କରିଦେଲେଣି ।

ଆମେ ଉଦ୍ୟୋଗୀ ହେବା ଉଚିତ, ଆମେ ବିଜ୍ଞ ହେବା । ଆମେ ସ୍ମାର୍ଟ ହେବା ଉଚିତ । ଆମେ ସୂଚନା ପାଇବା । ସୂଚନା ହିଁ ଶକ୍ତି । ଯେଉଁମାନେ ସୂଚନାର ଅଧିକାରୀ, ସେମାନେ କ୍ଷମତାକୁ ନିୟନ୍ତ୍ରଣ କରୁଛନ୍ତି ବୋଲି ସେ କହିଛନ୍ତି । ଏହି ଅନୁଷ୍ଠାନରେ ୧୦୦୦ରୁ ଊର୍ଦ୍ଧ୍ୱ ଆଦିବାସୀ ଉଦ୍ୟୋଗୀ ଯୋଗ ଦେଇଥିଲେ ।