ସୁନ୍ଦରଗଡ଼: ଇବ ନଦୀର ତେଲିଯୋର ବୃହତ୍ ସେଚ ଓ ଝାରସୁଗୁଡା-ଅମ୍ବିକାପୁର ରେଳ ଲାଇନ୍ ପ୍ରକଳ୍ପ ପାଇଁ ଅଂଟା ଭିଡିଲେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ

37

କନକ ବ୍ୟୁରୋ : ସୁନ୍ଦରଗଡ଼ର ବହୁ ପ୍ରତୀକ୍ଷିତ ଦୁଇଟି ପ୍ରକଳ୍ପ ପାଇଁ ଅଂଟା ଭିଡିଲେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ । ଇବ ନଦୀର ତେଲିଯୋର ବୃହତ୍ ସେଚ ପ୍ରକଳ୍ପ ଓ ଝାରସୁଗୁଡା-ଅମ୍ବିକାପୁର ରେଳ ଲାଇନ୍ ପ୍ରକଳ୍ପ ନିର୍ମାଣ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ଜୁଏଲ । ପାଖାପାଖି ୧୫ ଶହ କୋଟି ଟଙ୍କା ବ୍ୟୟରେ ହେବାକୁ ଥିବା ତେଲିଯୋର ପ୍ରକଳ୍ପ ୨୦୦୯ରୁ ସର୍ଭେ ହୋଇଥିଲା । କିନ୍ତୁ ଅର୍ଥାଭାବ ଦର୍ଶାଇ ଏହି ପ୍ରକଳ୍ପ ନିର୍ମାଣ କାର୍ଯ୍ୟକୁ ସ୍ଥଗିତ ରଖାଯାଇଥିଲା । ସେପଟେ ମହାନଦୀର ଶାଖା ଇବ୍ ନଦୀ ଉପରେ ଛତିଶଗଡ଼ ଗୋଟିଏ ପରେ ଗୋଟିଏ ପ୍ରକଳ୍ପ ନିର୍ମାଣ କରୁଥିବା ବେଳେ ତେଲିଯୋର ପ୍ରକଳ୍ପ କାମ ଆରମ୍ଭ ହୋଇପାରୁନଥିଲା ।

ସର୍ଭେ ରିପୋର୍ଟ ଅନୁଯାୟୀ ଏହି ପ୍ରକଳ୍ପ ହେଲେ ୬୨ ହଜାର ୭ ଶହ ହେକ୍ଟର ଜମି ଜଳସେଚିତ ହୋଇପାରିବ । ସେହିପରି ୨୩୧ କିଲୋମିଟର ଝାରସୁଗୁଡା-ଅମ୍ବିକାପୁର ରେଳ ଲାଇନ୍ ପ୍ରକଳ୍ପର ସର୍ଭେ କାର୍ଯ୍ୟ ୨୦୧୩ରୁ ସଂପୂର୍ଣ୍ଣ ହୋଇସାରିଛି । କିନ୍ତୁ କୌଣସି ରେଳ ବଜେଟରେ ଏହି ପ୍ରକଳ୍ପ ପାଇଁ ବ୍ୟୟ ମଂଜୁର ହୋଇପାରିନାହିଁ । ତେବେ ଏହି ଦୁଇ ପ୍ରକଳ୍ପର ନିର୍ମାଣ ପାଇଁ ବ୍ୟକ୍ତିଗତ ଭାବେ ଉଦ୍ୟମ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ।

ଏହା ସହ ଦେଖନ୍ତୁ ଏହି ଭିଡିଓ –