ମାତ୍ର ୫୦୦ ଟଙ୍କାରୁ ଛିଡ଼ା କଲେ କୋଟି କୋଟି ଟଙ୍କାର କମ୍ପାନୀ ! ପଢ଼ନ୍ତୁ ମହିଳା ଚାଷୀ କୃଷ୍ଣା ଯାଦବଙ୍କ ପ୍ରେରଣାଦାୟୀ କାହାଣୀ

283

ଦେଶରେ କୃଷି ଓ କୃଷକମାନଙ୍କ ସମସ୍ୟା ଦିନକୁ ଦିନ ଜଟିଳ ହେବାରେ ଲାଗିଛି । ବର୍ତ୍ତମାନ ସମୟରେ ଦେଶର କୃଷକଙ୍କ ଅବସ୍ଥା ସମସ୍ତଙ୍କୁ ଜଣା । କଠିନ ପରିଶ୍ରମ କରି କୃଷକମାନେ ଦେଶକୁ ଖାଦ୍ୟ ଯୋଗାଉଛନ୍ତି । କିନ୍ତୁ ସେମାନଙ୍କ ପେଟ ଅପୋଷା ରହୁଛି । ପରିଶ୍ରମ ଅଧିକ ହେଉଛି ଫଳ କିନ୍ତୁ ଖୁବ କମ ମିଳୁଛି । ଉଚିତ୍ ମୂଲ୍ୟ ନମିଳିବା ଯୋଗୁଁ ନିଜ ଘର ଚଳାଇବା ପାଇଁ ତାଙ୍କ ପାଇଁ କଷ୍ଟକର ହୋଇପଡ଼ୁଛି । ଚାଷ ପାଇଁ କୃଷକମାନେ ବ୍ୟାଙ୍କ ହେଉ କିମ୍ବା ମହାଜନଙ୍କ ଠାରୁ ଋଣ ଆଣୁଛନ୍ତି । ଅଦିନିଆ ବୃଷ୍ଟି, ରୋଗପୋକ ଲାଗି କୃଷକ ମାନଙ୍କୁ ଉଚିତ ମୂଲ୍ୟ ମିଳିପାରୁ ନାହିଁ । ଶେଷର ଅନ୍ୟଉପାୟ ନପାଇ ଆତ୍ମହତ୍ୟାର ବାଟ ବାଛିନେଉଛନ୍ତି କୃଷକ । ଏପରି ପରିସ୍ଥିତିରୁ ରକ୍ଷା କରିବା ପାଇଁ ସରକାର ଋଣ ଛାଡ଼ ଘୋଷଣା କରିବାରେ ଲାଗିପଡ଼ିଛନ୍ତି ।

ତେବେ କୃଷକଙ୍କ ଦୟନୀୟ ପରିସ୍ଥିିତି ଭିତରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ବେଶ୍ କଷ୍ଟକର । ଆଉ ଏହି ଦୌଡ଼ରେ ଏପରି ଜଣେ ମହିଳା ଚାଷୀ ଅଛନ୍ତି ଯିଏ ୫୦୦ ଟଙ୍କାରୁ କୋଟି କୋଟି ଟଙ୍କା କାରବାର କରୁଥିବା ୪ଟି କମ୍ପାନୀ ଛିନା କରାଇବାରେ ସଫଳ ହୋଇପାରିଛନ୍ତି । ଆଜି ସେ ଲକ୍ଷ ଲକ୍ଷ କୃଷକଙ୍କ ପାଇଁ ପ୍ରେରଣା ସାଜିଛନ୍ତି । ସଫଳ ମହିଳା ଚାଷୀ ଜଣକ କୃଷ୍ଣା ପିକିଲ୍ସର ମାଲିକାଣୀ କୃଷ୍ଣା ଯାଦବଙ୍କ । ବୁଲନ୍ଦସହର ବାସିନ୍ଦା କୃଷ୍ଣାଙ୍କ ସ୍ୱାମୀ ବ୍ୟବସାୟ ଚଳାଉଥିେ । କୌଣସି କାରଣବଶତଃ ବ୍ୟବସାୟରେ କ୍ଷତି ସହିବାପାଇଁ ପଡ଼ିଥିଲା । ଆଉ ତାଙ୍କର ବ୍ୟବସାୟ ବୁଡ଼ିଗଲା । ଅନ୍ୟଉପାୟ ନପାଇ କୃଷ୍ଣା ଓ ତାଙ୍କ ସ୍ୱାମୀ ଚାଷ କରିବା ଆରମ୍ଭ କରିଦେଲେ ।

ଚାଷ କଲାପରେ ସେପରି ବିଶେଷ ଲାବାନ ହୋଇପାରିନଥିଲେ । ତେବେ ଅବସ୍ଥା ନସୁଧୁରିବାରୁ କୃଷ୍ଣା ସେ ଏକ ସ୍ାନରେ ଆଚାର ତିଆରି କରବାର ପ୍ରଶିକ୍ଷଣ ନେଇଥିଲେ । ଏବଂ ଆମ୍ବ ଆଚାର ତିଆରି କରି ସ୍ୱାମୀଙ୍କୁ ବିକ୍ରି କରିବା ପାଇଁ କହୁଥିଲେ । ପ୍ରଥମେ ଲୋକଙ୍କ ଠଟାହଟାପରା ଶୁଣିବା ପାଇଁ ପଡ଼ୁଥିଲା । ପରେ ପରେ ଲୋକେ ତାଙ୍କର ପ୍ରଶଂସା କରିବାରେ ଲାଗିଲେ । ଧୀରେ ଧୀରେ ଲୋକଙ୍କୁ ତାଙ୍କ ତିଆରି ଆଚର ପସନ୍ଦ ଲାଗିଲା । ସମେସ୍ତ ନାମିଦାମୀ କମ୍ପାନୀର ଆଚାର ଖାଇବା ଭୁଲଗଲେ । ଧୀରେ ଧୀରେ ତାଙ୍କୁ ବଡ଼ ବଡ଼ ଅଡ଼ର ମିଳବାରେ ଲାଗିଲା । ଆଉ ଆଜି ସେ ୪ଟି ମ୍ପାନୀର ମାଲିକ । ସବୁଠାରୁ ବଡ଼ କଥା ହେଲା କମ୍ପାନୀରେ ହଜାର ହଜାର ମହିଳାଙ୍କୁ ନିଯୁକ୍ତି ସୁଯୋଗ ଦିଆଯାଇଛି ।