ଆକ୍ରମଣ ପ୍ରତିବାଦରେ ଧାରଣା । ଲୋୟର ପିଏମଜିରେ ଗଣମାଧ୍ୟମ ପ୍ରତିନିଧୀଙ୍କ ନିରବ ପ୍ରତିବାଦ । ସାମ୍ବାଦିକଙ୍କୁ ସୁରକ୍ଷା ସହ ଆଇନ ଆଣିବାକୁ ଦାବି

35

କନକ ବ୍ୟୁରୋ: ରାଜ୍ୟରେ ଅସୁରକ୍ଷିତ ଚତୁର୍ଥ ସ୍ତମ୍ଭ । ସାରା ରାଜ୍ୟରେ ଗତ କିଛି ଦିନ ହେବ ସାମ୍ବାଦିକଙ୍କ ଉପରେ ଆକ୍ରମଣ ବଢ଼ି ଚାଲିଛି । କାର୍ଯ୍ୟରତ ସାମ୍ବାଦିକ କେଉଁଠି ପୋଲିସ୍ ତ ଆଉ କେଉଁଠି ରାଜନେତା କରୁଛନ୍ତି ଉଦ୍ଦେଶ୍ୟମୂଳକ ଭାବେ କରୁଛନ୍ତି ଆକ୍ରମଣ । ଏହାକୁ ନେଇ ସାରା ରାଜ୍ୟରେ ଉଦବେଗ ପ୍ରକାଶ ପାଇଛି । ଆଉ ଏହାର ପ୍ରତିବାଦ କରିଛନ୍ତି ଭୁବନେଶ୍ୱର ସାମ୍ବାଦିକ ।

ଆଜି ଭୁବନେଶ୍ୱର ଲୋଏର ପିଏମଜିରେ ସାମ୍ବାଦିକଙ୍କ ଉପରେ ଆକ୍ରମଣର ପ୍ରତିବାଦ ଓ ସୁରକ୍ଷା ପାଇଁ ଆଇନ ଆଣିବା ଦାବିରେ ନୀରବ ଧାରଣା ପ୍ରତିବାଦ ଦିଆଯାଇଛି । ଏଥିରେ ଖବରକାଗଜ ଓ ବୈଦ୍ୟୁତିକ ଗଣମାଧ୍ୟମର ପ୍ରତିନିଧି ସାମିଲ ହୋଇଛନ୍ତି । ସାମ୍ବାଦିକଙ୍କ ସୁରକ୍ଷା ପାଇଁ ଆଇନ ଆଣିବାକୁ ସେମାନେ ଦାବି କରିଛନ୍ତି ।

ଗତ କିଛି ଦିନରେ ମଧ୍ୟରେ ବାଲିଆପାଳ, ପୁରୀ ଓ ଅନ୍ୟାନ୍ୟ ସ୍ଥାନରେ ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ଏହାକୁ ନେଇ ସାରା ରାଜ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛିା ସବୁ ସ୍ତରରେ ଏଭଳି ଆକ୍ରମଣକୁ ନିନ୍ଦା କରାଯାଇଛି ।