ସାମ୍ବାଦିକଙ୍କୁ ମାରିଥିଲେ ଶାସ୍ତି ପାଇଲେ । ୫ବର୍ଷ ପରେ ୫ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ, ରାୟ ଶୁଣାଇଲେ ଖଲ୍ଲିକୋଟ ଏଡିଜେ କୋର୍ଟ ।

207

କନକ ବ୍ୟୁରୋ: ବହୁ ଚର୍ଚ୍ଚିତ ସାମ୍ବାଦିକ ତରୁଣ ଆଚାର୍ଯ୍ୟଙ୍କ ହତ୍ୟା ଘଟଣା । ୫ ଜଣ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ ରାୟ ଶୁଣାଇଲେ ଖଲିକୋଟ ଏଡିଜେ କୋର୍ଟ । ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଭିତି କରି ବଡ଼ଧରଣର ରାୟ ପ୍ରକାଶ ଦେଇଛନ୍ତି ଖଲିକୋଟ ଏଡିଜେ କୋର୍ଟ ମାନ୍ୟବର ବିଚାରପତି । ସୂଚନା ମୁତାବକ ଯୁବ ସାମ୍ବାଦିକ ତରୁଣ ଆଚାର୍ଯ୍ୟଙ୍କୁ ୨୦୧୪ ମେ ୨୭ ତାରିଖରେ ଗଳାକାଟି ହତ୍ୟା କରିଥିଲେ ଏହି ୫ ଜଣ ଅଭିଯୁକ୍ତ । ତେବେ ହତ୍ୟା ଘଟଣାକୁ ଠିକ ପାଂଚ ବର୍ଷ ଗୋଟିଏ ମାସ ବିତିଯିବା ପରେ ମାନ୍ୟବର କୋର୍ଟ ଆଜି ରାୟ ପ୍ରକାଶ କରିଛନ୍ତି ।

ସେପଟେ ଏହି ଘଟଣାରେ ମୋଟ୍ ୪୬ ଜଣ ସାକ୍ଷୀଙ୍କ ବୟାନ ରେକର୍ଡ଼ ହୋଇଛି । ତେବେ ସାମ୍ବାଦିକ ତରୁଣ ଆଚାର୍ଯ୍ୟଙ୍କ ହତ୍ୟାକାଣ୍ଡ ଘଟାଇଥିବା ମୁଖ୍ୟ ଅଭିଯୁକ୍ତ ହେଉଛି କୋଟିପତି କାଜୁ ବ୍ୟବସାୟୀ ଶ୍ୟାମ ସୁନ୍ଦର ପୃଷ୍ଟି । ଘଟଣା ପରଠାରୁ ଶ୍ୟାମ ସୁନ୍ଦର ପୃଷ୍ଟିଙ୍କ ସମେତ ୫ଜଣ ଜେଲରେ ଅଛନ୍ତି । ଅନ୍ୟ ଅଭିଯୁକ୍ତ ବୁଡ଼ୁ ପଣ୍ଡା ବର୍ତମାନ ପର୍ଯ୍ୟନ୍ତ ଫେରାର ଅଛି । ଅନ୍ୟପଟେ ମାନ୍ୟବର କୋର୍ଟ ଏହି ଘଟଣାରେ ୫ଜଣ ଅଭିଯୁକ୍ତଙ୍କୁ ଆଜୀବନ କରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଯାହାକୁ ନେଇ ଖଲିକୋଟ ଅଂଚଳବାସୀ ଓ ବିଭିନ୍ନ ସାମ୍ବାଦିକ ଏହି ରାୟକୁ ସ୍ୱାଗତ ଜଣାଇଛନ୍ତି ।