ସୁଜାତ ବୁଖାରୀଙ୍କ ହତ୍ୟାକାରୀଙ୍କୁ ଚିହ୍ନଟ କଲା ଜାମ୍ମୁକାଶ୍ମୀର ପୁଲିସ : ହତ୍ୟା ପଛରେ ପାକିସ୍ତାନୀ ଆତଙ୍କବାଦୀ ଥିବା ସୂଚନା

28

କନକ ବ୍ୟୁରୋ : ଜାମ୍ମୁକାଶ୍ମୀର ପୁଲିସକୁ ବଡ ସଫଳତା ମିଳିଛି । ରାଇଜିଂକାଶ୍ମୀରର ଏଡିଟର ବରିଷ୍ଠ ସାମ୍ବାଦିକ ସୁଜାତ ବୁଖାରୀଙ୍କ ହତ୍ୟା ମାମଲାରେ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଥିବା ଜଣାପଡିଛି । ୩ଜଣ ସନ୍ଦିଗ୍ଧଙ୍କ ମଧ୍ୟରୁ ୨ଜଣ ଦକ୍ଷିଣ କାଶ୍ମୀରର ହୋଇଥିବା ବେଳେ ଜଣେ ପାକିସ୍ତାନର ନାଗରିକ ବୋଲି ଚିହ୍ନଟ କରାଯାଇଛି । ଗତ କିଛି ଦିନ ଶ୍ରୀନଗରର ଏକ ହସପିଟାଲରୁ ଫେରାର ହୋଇଯାଇଥିବା ନାଭିଦ ଭଟ୍ଟ, ସୁଜାତ ବୁଖାରୀଙ୍କୁ ହତ୍ୟା କରିବାରେ ସାମିଲ ଥିବା ସୁତ୍ରରୁ ଜଣାପଡିଛି । ନାଭିଦ ପାକିସ୍ତାନର ନାଗରିକ ଓ ସେ ଲସ୍କର ସହ ଜଡିତ ବୋଲି ସୂଚନା ମିଳିଛି । ଜୁନ୍ ୧୪ ତାରିଖରେ ବରିଷ୍ଠ ସାମ୍ବାଦିକ ସୁଜାତ ବୁଖାରୀଙ୍କୁ ଗୁଳି କରି ହତ୍ୟା କରିଥିଲା । ହତ୍ୟାକାରୀମାନେ ଏକ ବାଇକ ଯୋଗେ ଆସି ସୁଜାତଙ୍କୁ ହତ୍ୟା କରିଥିଲେ । ଏହାର ଭିଜୁଆଲ ସିସିଟିଭିରେ ରେକର୍ଡ ହୋଇଥିଲା ।

sujat
https://www.amarujala.com/

ସୂଚନାଯୋଗ୍ୟ ପୁରା ଯୋଜନା କରି ସୁଜାତ ବୁଖାରୀଙ୍କ ମୃତ୍ୟୁର ଷଡ଼ଯନ୍ତ୍ର ରଚାଯାଇଥିଲା । ୧୪ ଜୁନରେ ଜମ୍ମୁ-କାଶ୍ମୀରର ଶ୍ରୀନଗର ସୁଜାତ ବୁଖାରୀ ଓ ତାଙ୍କ ସୁରକ୍ଷା କର୍ମରଙ୍କୁ ଗୁଳି ମାରି ହତ୍ୟା କରିିଥିଲେ । ଇଫତାର ପାର୍ଟିରେ ସାମିଲ ହେବାକୁ ଯିବାବେଳେ ତାଙ୍କୁ ହତ୍ୟା କରାଯାଇଥିଲା । ହତ୍ୟାକାରୀମାନେ ବାଇକରେ ସବାର ହୋଇ ଆସିଥିଲେ । ଯାହା ସିସିଟିଭିରେ ରେକର୍ଡ଼ ହୋଇଯାଇଥିଲା ।