କନକ ବ୍ୟୁରୋ : ସାମ୍ବାଦିକଙ୍କୁ ଖଣ୍ଡା ଚୋଟ । ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ ଛକରେ ପ୍ରମେୟ ଖବର କାଗଜର ପ୍ରତିନିଧି ରାଧାକୃଷ୍ଣ ସାହୁଙ୍କୁ ଆକ୍ରମଣ ହୋଇଛି । ୨ ଦୁର୍ବୃତ୍ତ ବାଇକରେ ଆସି ତାଙ୍କୁ ଖଣ୍ଡାରେ ଆକ୍ରମଣ କରିଥିଲେ । ଖଣ୍ଡା ଚୋଟରେ ରାଧାକୃଷ୍ଣଙ୍କ ହାତ ଓ ଜଙ୍ଘରେ ଗଭୀର କ୍ଷତ ହୋଇଛି । ଗୁରୁତର ଅବସ୍ଥାରେ ତାଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ସୂଚନ ଅନୁସାରେ ଆଜି ସକାଳେ ବସରୁ ପ୍ରମେୟ ଖବର କାଗଜ ଆଣୁଥିବା ବେଳେ ଦୁଇ ଜଣ ଦୁର୍ବୃତ ମଟରସାଇକେଲରେ ଆସି ତାଙ୍କୁ ପଛପଟୁ ଖଣ୍ଡାରେ ହାଣିଦେଇଥିଲେ । ତେବେ ଦୁର୍ବୃତମାନେ କାହଁକି ଓ କେଉଁ କାରଣ ଯୋଗୁଁ ସାମ୍ବାଦିକଙ୍କୁ ଆକ୍ରମଣ କରିଛନ୍ତି, ତାହା ଜଣାପଡ଼ିନାହିଁ । ତେବେ ସାମ୍ବାଦିକଙ୍କୁ ଆକ୍ରମଣ ବିରୋଧରେ ଲୋକାମାନେ ବାଲିଆପାଳ ଛକରେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି । ତେବେ ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଖୁବ ଗୁରୁତର ଅଛନ୍ତି ରାଧାକୃଷ୍ଣ । ଯେଉଁ ୪ଟି ଅଙ୍ଗୁଳି ତାଙ୍କର କଟିଯାଇଛି ତାହା ଆଉ ଯୋଡ଼ି ହେବ କି ନାହିଁ ବୋଲି ଆଶଙ୍କା ସୃଷ୍ଟି ହେଉଛି ।