ଆଉ ଜଣେ ସାମ୍ବାଦିକଙ୍କୁ ନିର୍ମମ ହତ୍ୟା ! ତ୍ରିପୁରାର ସାମ୍ବାଦିକ ଶାନ୍ତନୁଙ୍କୁ ଅପହରଣ ପରେ ଛୁରୀ ମାରି ହତ୍ୟା କଲେ ଦୁର୍ବୃତ୍ତ

33

କନକ ବ୍ୟୁରୋ : ପୁଣି ଜଣେ ସାମ୍ବାଦିକଙ୍କୁ ନିର୍ମମ ହତ୍ୟା । ତ୍ରିପୁରାର ଏକ ସ୍ଥାନୀୟ ନ୍ୟୁଜ ଚ୍ୟାନେଲର ସାମ୍ବାଦିକ ଶାନ୍ତନୁ ଭୌମିକଙ୍କୁ ଅପହରଣ ପରେ ହତ୍ୟା କରିଛନ୍ତି ଦୁର୍ବୃତ୍ତ । ସୂଚନା ଅନୁସାରେ ଶାନ୍ତନୁ ଯେତେବେଳେ ପଶ୍ଚିମ ତ୍ରିପୁରା ଜିଲ୍ଲାର ଇଣ୍ଡିଜିନସ୍ ପିପୁଲ୍ସ ପ୍ରଂଟ ଅଫ ତ୍ରିପୁରା (ଆଇପିଏଫଟି)ର ଆନ୍ଦୋଳନ ଉପରେ ଖବର ସଂଗ୍ରହ କରୁଥିଲେ, ସେତେବେଳେ ତାଙ୍କୁ ପଛରୁ ଆକ୍ରମଣ ହୋଇଥିଲା । ଏବଂ ଶାନ୍ତୁନୁଙ୍କୁ ଘଟଣାସ୍ଥଳରୁ ଅପହରଣ କରିନେଇଥିଲେ ଦୁର୍ବୃତ୍ତ । ତେବେ ଦିନରାତ ନ୍ୟୁଜ ଚ୍ୟାନେଲର ସାମ୍ବାଦିନକ ଶାନ୍ତନୁ ଆଇପିଏଫଟିର ଆନ୍ଦୋଳର ଖବର ସଂଗ୍ରହ ସମୟରେ ହିଁ ଏହି ଅଘଟଣ ଘଟିଥିଲା ।

ପୁଲିସ ଅଧିକାରୀଙ୍କ କହିଛନ୍ତି ଶାନ୍ତନୁଙ୍କ ବିଷୟରେ ଯେତେବେଳେ ପତ୍ତା ଲାଗିଲା, ସେତେବେଳ ତାଙ୍କୁ ଦୁର୍ବୃତ୍ତ ଛୁରୀରେ ଆକ୍ରମଣ କରିସାରିଥିଲେ । ଯାହାଦ୍ୱାରା ଶାନ୍ତନୁଙ୍କ ଶରୀରରେ ଅନେକ ଗଭୀର କ୍ଷତ ମଧ୍ୟ ହୋଇଥିଲା । ତେବେ ତାଙ୍କୁ ତୁରନ୍ତ ଅଗରତାଲା ମେଡ଼ିକାଲ କଲେଜ ହସ୍ପିଟାଲକୁ ନିଆଯାଇଥିଲା । କିନ୍ତୁ ସେତେବେଳକୁ ବହୁତ ବିଳମ୍ବ ହୋଇସାରିଥିଲା । ଡାକ୍ତର ସେଠାରେ ଶାନ୍ତନୁଙ୍କୁ ମୃତ ଘୋଷଣା କରିଥିଲେ । ତେବେ ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀ ବାଦଲ ଚୌଧୁରୀ ଏହିି ହତ୍ୟା ଘଟଣାକୁ ନିନ୍ଦା କରିଛନ୍ତି । ପୁଲିସ ଅଧିକାରୀ କହିଛନ୍ତି ଶାନ୍ତନୁ ଯେଉଁ ସ୍ଥାନରେ ଖବର ସଂଗ୍ରହ କରୁଥିଲେ ସେଠାରେ ଏବେ ପରିସ୍ଥିିତି ଉତ୍ତେଜନାପୂର୍ଣ୍ଣ ରହିଛି । ଉକ୍ତ ସ୍ଥାନରେ ପ୍ରଥମରୁ ହିଁ ୧୪୪ ଧାରା ଲାଗୁ ହୋଇଥିଲା । ଏବଂ ସେଠାରେ ପରିସ୍ଥିତି ଅଣାୟତ ହେବାରୁ ଅତିରିକ୍ତ ପୁଲସି ବଳ ମୁତୟନ ହୋଇଛନ୍ତି । ସୂଚନାଯୋଗ୍ୟ ୧୯ ସେପ୍ଟେମ୍ବରରେ ମାକପାର ଜନଜାତିର ପାଖାପଖି ୧୦୦ କାର୍ଯ୍ୟକର୍ତ୍ତା ସହ ଆଇପିଏଫଟି ସହ ଝଗଡ଼ା ହୋଇଥିଲା, ଏବଂ ସେଠାରେ କାର୍ଯ୍ୟକର୍ତ୍ତାମାନେ ଆହତ ହୋଇଥିଲେ ।

ତେବେ ଏହା ପ୍ରଥମ ଥର ନୁହେଁ ଯେବେ ସାମ୍ବାଦିକଙ୍କୁ ହତ୍ୟା କରାଯାଇଛି । ଅଳ୍ପ କିଛି ଦିନ ପୂର୍ବରୁ ହିଁ ବରିଷ୍ଠ ସାମ୍ବାଦିକା ତଥା ସାମାଜିକ କର୍ମୀ ଗୌରୀ ଲଙ୍କେଶଙ୍କୁ ବାଙ୍ଗାଲୋରରେ ମଙ୍ଗଳବାର ଦୁର୍ବୃତ୍ତମାନେ ଗୁଳିକରି ହତ୍ୟା କରିଥିଲେ । ତେବେ ବିଚାରଗତ ମତପାର୍ଥକ୍ୟକୁ ନେଇ ପୂର୍ବରୁ ମଧ୍ୟ ତାଙ୍କ ଉପରେ କେତେଥର ଆକ୍ରମଣ ହୋଇଥିଲା । ଗୌରୀଙ୍କ ହତ୍ୟା ଘଟଣାକୁ ସବୁ ମହଲରେ ନିନ୍ଦା କରାଯାଇଥିଲା । ୫୫ ବର୍ଷୀୟା ପ୍ରଖ୍ୟାତ ସ୍ତମ୍ଭକାର ଗୌରୀ ଲଙ୍କେଶ ନିର୍ଭୀକ ସାମ୍ବାଦିକତା ପାଇଁ ଜଣାଶୁଣା ।

ସେ କନ୍ନଡ ସାପ୍ତାହିକ ‘ଲଙ୍କେଶ ପତ୍ରିକେ’ର ସମ୍ପାଦିକା ଥିଲେ। ଗୌରୀ ଗାନ୍ଧୀନଗରରେ ସମାଜ ସେବା ଶେଷକରି ମଙ୍ଗଳବାର ରାତି ୮ଟାରେ ରାଜରାଜେଶ୍ୱରୀ ନଗରସ୍ଥିତ ନିଜ ବାସଭବନକୁ ଫେରିବା ସମୟରେ ତାଙ୍କୁ ଆସି ତାଙ୍କୁ ଅତର୍କିତ ଆକ୍ରମଣ କରିଥିଲେ ଦୁର୍ବୃତ୍ତ । ସେମାନେ ଖୁବ୍ ନିକଟରୁ ତାଙ୍କୁ ୭ ରାଉଣ୍ଡ ଗୁଳି ଚଳାଇ ଫେରାର ହୋଇଯାଇଥଲେ। ଗୌରୀଙ୍କ ଛାତିରେ ୨ଟି ଓ ମୁଣ୍ଡରେ ଗୋଟିଏ ଗୁଳି ବାଜିଥିବାବେଳେ ୪ଟି ଗୁଳି ଲକ୍ଷ୍ୟଭ୍ରଷ୍ଟ ହୋଇ କାନ୍ଥରେ ବାଜିଥିଲା। ଗୁଳିମାଡ଼ରେ ଘଟଣାସ୍ଥଳରେ ହିଁ ସେ ଟଳିପଡ଼ିଥିଲେ । ତେବେ ଜଣେ ସାମ୍ବାଦିକଙ୍କ ମୃତ୍ୟୁର ଘଟଣାର ଅପରାଧୀ ଧରା ନେହେବା ପୂର୍ବରୁ ଆଉ ଜଣେ ସାମ୍ବାଦିକଙ୍କୁ ହତ୍ୟା ନିହାତି ଏକ ନିନ୍ଦନୀୟ ବିଷୟ । ବାରମ୍ବାର ଏପରି ହେବା ସତ୍ୟତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।