ଏମିତି ବି ଆସେ ମୃତ୍ୟୁ । ବାଇକରେ ବସି ଯାଉଥିବା ବେଳେ ଟଳିପଡିଲେ ସମ୍ବାଦର ନବରଙ୍ଗପୁର ପାପଡାହାଣ୍ଡି ସାମ୍ବାଦିକ ଏ.ଜଗଦିଶ ରାଓ । କ୍ୟାମେରାରେ କଏଦ ହେଲା ହାର୍ଟ ଆଟାକର ଲାଇଭ ଚିତ୍ର

34

କନକ ବ୍ୟୁରୋ: ଏମିତି ବି ଆସେ ମୃତ୍ୟୁ । କ୍ୟାମେରାରେ କଏଦ ହେଲା ହାର୍ଟ ଆଟାକର ଲାଇଭ ଚିତ୍ର । ଏଭଳି ଏକ ଘଟଣା ଘଟିଛି ନବରଙ୍ଗପୁରରେ । ବାଇକରେ ବସି ଯାଉଥିବା ସମୟରେ ଟଳିପଡିଲେ ସମ୍ବାଦର ନବରଙ୍ଗପୁର ପାପଡାହାଣ୍ଡି ସାମ୍ବାଦିକ ଏ.ଜଗଦିଶ ରାଓ । ଜଗଦିଶ ତାଙ୍କ ସାଙ୍ଗ ସହିତ ହାର୍ଟ ଚେକଅପ ପାଇଁ ପ୍ରଥମେ ଡାକ୍ତରଙ୍କ ପାଖକୁ ଯାଇଥିଲେ ।

ତେବେ ପୁଣି ଥରେ ହାର୍ଟ ଚେକଅପ ପାଇଁ ଡାକ୍ତରଙ୍କ ପାଖକୁ ତାଙ୍କ ସାଙ୍ଗ ଗାଡିରେ ବସି ଯାଉଥିବା ସମୟରେ ଏହି ଅଘଟଣ ଘଟିଥିଲା । ଗାଡିର ପଛପଟେ ବସିଥିବା ସମୟରେ ହଠାତ ତଳେ ପଡିଯାଇଥିଲେ ଜଗଦିଶ । ତାଙ୍କର ହାର୍ଟ ଆଟାକ ଆସିବାରୁ ସେ ଟଳିପଡିଥିବା ଜଣାପଡିଛି । ଡାକ୍ତରଖାନାକୁ ଚିକିତ୍ସା ପାଇଁ ନିଆଯାଇଥିଲା । ହାର୍ଟଆଟାକର ଶିକାର ଏହି ସାମ୍ବାଦିକଙ୍କ ମୃତ୍ୟୁ ହୋଇଯାଇଛି ।

ଜଗଦିଶଙ୍କ ଘରେ ବର୍ତମାନ ତାଙ୍କର ବୃଦ୍ଧା ମା’ଙ୍କ ସହ ପତ୍ନୀ, ୨ଝିଅ ଅଛନ୍ତି। ସ୍ୱର୍ଗତଃ ରାଓ ନିଜ ଅଞ୍ଚଳରେ ଜଣେ ନିର୍ଭୀକ ସାମ୍ବାଦିକ ଭାବେ ପରିଚିତ ଥିଲେ। ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ମରଶରୀରରେ ପୁଷ୍ପମାଲ୍ୟ ଅର୍ପଣ ସହିତ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ‘ସମ୍ବାଦ’ ସମ୍ପାଦକ ସୌମ୍ୟରଂଜନ ପଟ୍ଟନାୟକ, ମୁଖ୍ୟ ପରିଚାଳନା ଅଧିକାରୀ କମଳାକାନ୍ତ ମହାପାତ୍ର, ମୁଖ୍ୟ ମହାପ୍ରବନ୍ଧକ (ବାର୍ତ୍ତା) ଅରବିନ୍ଦ ଦାସ, ଜୟପୁର ସଂସ୍କରଣ ଶାଖା ପରିଚାଳକ ପ୍ରମୋଦ ପଟ୍ଟନାୟକ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିବା ସହ ସ୍ୱର୍ଗତଃ ରାଓଙ୍କ ଶୋକାକୁଳ ପରିବାରଙ୍କୁ ସମଦେବନା ଜଣାଇଛନ୍ତି।