ଭଡାଟିଆ ଗୁଣ୍ଡାଙ୍କ ଦାଦାଗିରି : ଝାରପଡା ଜେଲ ସମ୍ମୁଖରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଆକ୍ରମଣ

3

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ :ସାମ୍ବାଦିକଙ୍କୁ ଆକ୍ରମଣ,ଝାରପଡା ଜେଲ ସମ୍ମୁଖରେ ଗଣମାଧ୍ୟମ ପ୍ରତନିଧିଙ୍କୁ ଆକ୍ରମଣ ହୋଇଛି । ସମ୍ ହସ୍ପିଟାଲ ଟ୍ରଷ୍ଟି ମନୋଜ ନାୟକଙ୍କୁ ପୁଲିସ ରିମାଣ୍ଡରେ ନେବା ସମୟରେ ଖବର ସଂଗ୍ରହ କରୁଥିଲେ ସାମ୍ବାଦିକ । ସମ୍ ହସ୍ପିଟାଲର କର୍ମଚାରୀ ଭଡାଟିଆ ଗୁଣ୍ଡା ଭାବରେ ଆସି ସାମ୍ବାଦିକଙ୍କୁ ଆକ୍ରମଣ କରିଛନ୍ତି ।

ଗତକାଲିଠାରୁ ଝାରପଡା ଜେଲର ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । କିନ୍ତୁ ଏହି ସୁରକ୍ଷା ବଳୟ ଭେଦ କରି ଭଡାଟିଆ ଗୁଣ୍ଡାମାନେ ଖବର ସଂଗ୍ରହ କରୁଥିବା କାର୍ଯ୍ୟରତ ସାମ୍ବାଦିକଙ୍କୁ ଆକ୍ରମଣ କରିଛନ୍ତି । ଜେଲର ମୁଖ୍ୟଫାଟକ ବନ୍ଦ ରହିଥିଲା । ଖବର ସଂଗ୍ରହ କରିବା ପାଇଁ ଜେଲ ପରିସର ଭିତରକୁ କାହାରିକୁ ଛଡାଯାଇନଥିଲା । ଏହି ସମୟରେ ଗୁଣ୍ଡାମାନେ ସାମ୍ବାଦିକଙ୍କୁ ଆକ୍ରମଣ କରିଛନ୍ତି ।

Comments are closed.