ଟ୍ରମ୍ପ ସରନେମ୍ ପାଇଁ ସ୍କୁଲରେ କରିଥିଲେ ହଇରାଣ : ଏବେ ବାର୍ଷିକ ଭାଷଣକୁ ଆମନ୍ତ୍ରଣ କଲେ ଡୋନାଲ୍ଡ ଟ୍ରମ୍ପ

176

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କଂଗ୍ରେସରେ ନିଜର ଦ୍ୱିତୀୟ ‘ଷ୍ଟେଟ୍ ଅଫ୍ ଦ ୟୁନିୟନ୍’ ସମ୍ବୋଧନ ପାଇଁ ଷଷ୍ଠ ଶ୍ରେଣୀର ଛାତ୍ର ଜୋଶୁଆ ଟ୍ରମ୍ପଙ୍କୁ ମଧ୍ୟ ଆମନ୍ତ୍ରଣ କରିଛନ୍ତି । ଜୋଶୁଆ ଟ୍ରମ୍ପ ରାଷ୍ଟ୍ରପତିଙ୍କ ପରିବାରର କୌଣସି ସଦସ୍ୟ ନୁହେଁ । ସେ ଡେଲାଭେୟରର ୱିଲମିଙ୍ଗଟନର ନିବାସୀ । ତାଙ୍କୁ ତାଙ୍କର ଉପନାମ କାରଣରୁ ସ୍କୁଲରେ ହଇରାଣ କରାଯାଇଥିଲା ।

ବୟାନରେ ଜୋଶୁଆର ପ୍ରଂଶସା କରି କୁହାଯାଇଛି କି, ଜୋଶୁଆଙ୍କୁ ବିଜ୍ଞାନ, କଳା ଓ ଇତିହାସ ବିଷୟ ବହୁତ ପସନ୍ଦ । ତାଙ୍କୁ ପଶୁପକ୍ଷୀ ପ୍ରିୟ ଏବଂ ସେ ଭବିଷ୍ୟତରେ ଏହା ସମ୍ବନ୍ଧରେ କ୍ୟାରିୟର ଗଢ଼ିବା ପାଇଁ ଚାହାଁନ୍ତି । ଏହା ସହିତ ଖରାପ ବ୍ୟବହାର ବିଷୟରେ କହି ହ୍ୱାଇଟ୍ ହାଉସ୍ କହିଲା କି, ଦୁର୍ଭାଗ୍ୟ ରୂପେ ଜୋଶୁଆକୁ ତାଙ୍କର ଉପନାମ କାରଣରୁ ସ୍କୁଲରେ ହଇରାଣ କରାଗଲା । ସେ ପ୍ରଥମ ମହିଳା ଓ ଟ୍ରମ୍ପଙ୍କ ପରିବାରର ସମର୍ଥନ ପାଇଁ ତାଙ୍କର କୃତଜ୍ଞ ।