ଆଜିଠାରୁ ଆରମ୍ଭ ହେଉଛି ବିଶ୍ୱ ପ୍ରସିଦ୍ଧ ଯୋରନ୍ଦା ମେଳା । ସନ୍ଧ୍ୟା ୫ଟା ୧୫ ମିନିଟରେ ଝାଡଦୀପ ହେବ ପ୍ରଜ୍ଜ୍ୱଳିତ

ବିଶ୍ବପ୍ରସିଦ୍ଧ ମେଳା ଆଜିଠାରୁ ଆରମ୍ଭ ହେଉଛି

145
କନକ ବ୍ୟୁରୋ : ଯୋରନ୍ଦା ମହିମା ଗାଦିରେ ମହିମା ଧର୍ମର ମହାକୁମ୍ଭ ଭାବେ ପରିଚିତ ବିଶ୍ବପ୍ରସିଦ୍ଧ ମେଳା ଆଜିଠାରୁ ଆରମ୍ଭ ହେଉଛି। ଏକ ସପ୍ତାହ ଧରି ଚାଲିବାକୁ ଥିବା ଏହି ମେଳା ମାଘ ଚତୁର୍ଦ୍ଦଶୀ ଓ ପ୍ରଭୁ ପୂର୍ଣିମା ଉତ୍ସବ ନାମରେ ମଧ୍ୟ ଜଣାଶୁଣା। ଚଳିତ ବର୍ଷ ୧୪୬ତମ ଉତ୍ସବ ପାଳିତ ହେଉଛି। ମୁଖ୍ୟ ଗାଦି ମନ୍ଦିରରେ ଆଜି ସନ୍ଧ୍ୟା ୫ଟା ୧୫ ମିନିଟରେ ବହୁ ପ୍ରତୀକ୍ଷିତ ଝାଡ଼ଦୀପ ପ୍ରଜ୍ଜ୍ବଳିତ ହେବ । ମେଳା ପାଇଁ ଓଡ଼ିଶାର କୋଣ ଅନୁକୋଣ, ପଡ଼ୋଶୀ ଆନ୍ଧ୍ରପ୍ରଦେଶ, ଛତିଶଗଡ଼, ବିହାର, ଆସାମ, ମଧୢପ୍ରଦେଶ ସମେତ ପେଡ଼ାଶୀ ନେପାଳ, ଭୁଟାନ ଦେଶର ମହିମାଭକ୍ତମାନେ ହଜାରହଜାର ସଂଖ୍ୟାରେ ଆସି ମହିମାଗାଦିରେ ପହଞ୍ଚିଗଲେଣି ।
ବ୍ୟାପକ ସାଜସଜ୍ଜା ଓ ରଂଗବେରଂଗ ଆଲୋକମାଳା ସାଙ୍ଗକୁ ସାଧୁସନ୍ଥମାନଙ୍କ ଉପସ୍ଥିତିରେ ସମଗ୍ର ଅଂଚଳ ହୋଇଉଠିଛି ଉତ୍ସବମୁଖର। ତେବେ ମିଳିଥିବା ସୂଚନା ଅନୁସାରେ, ଯୋରନ୍ଦା ମେଳାରେ ଅନେକ ସ୍ଥାନରୁ ମହିମା ଧର୍ମର ପ୍ରଚାର କରିବା ଲାଗି ଭକ୍ତଙ୍କ ଭିଡ ଜମିଲାଣି । ପ୍ରତ୍ୟେକ ବର୍ଷ ଏହି ମେଳାରେ ଝାଡ ଦ୍ୱୀପ ଦେଖିବା ପାଇଁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିବା ଜଣାଯାଏ ।