ଅନୁଷ୍କା ଶର୍ମାଙ୍କୁ ଅପହରଣ କରିନେଇଛନ୍ତି କି ଆତଙ୍କବାଦୀ ! ବିରାଟ ପରାଜୟ ପରେ ସୋସିଆଲ୍ ମିଡିଆରେ ରୋଚକ ମନ୍ତବ୍ୟ

28

Captureଚାମ୍ପିୟନ୍ସ ଟ୍ରଫିର ଫାଇନାଲ୍ ମ୍ୟାଚରେ ୩୩୯ରନ ଲକ୍ଷ୍ୟ ନେଇ ୨ୟ ପାଳି ଖେଳିଥିବା ଭାରତ ୩୦.୩ ଓଭରରେ ଅଲଆଉଟ୍ ହୋଇଯାଇଛି । ଭାରତ ୧୦ଟି ଓ୍ଵିକେଟ୍ ହରାଇ ୧୫୮ରନ୍‌ ସଂଗ୍ରହ କରିଥିବା ବେଳେ ପାକିସ୍ତାନ ପ୍ରଥମ ଥର ପାଇଁ ଚମ୍ପିଅନ୍ସ ଟ୍ରଫିରେ ଚାମ୍ପିଅନ ହୋଇଛି । ପାକିସ୍ତାନର ବୋଲରମାନେ ପାଳି ଆରମ୍ଭରୁ ଆକ୍ରମଣାତ୍ମକ ଶୈଳୀରେ ବୋଲିଂ କରିଥିଲେ । ଇଂଲଣ୍ଡର ଓଭାଲ ଗ୍ରାଉଣ୍ଡରେ ଖେଳା ଯାଉଥିବା ଆଇସିସି ଚାମ୍ପିୟନ୍ସ ଟ୍ରଫିର ଫାଇନାଲ ମ୍ୟାଚରେ ଭାରତ ଟସ୍ ଜିଣି ପାକିସ୍ତାନକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା।

Capture1ତେବେ ଭାରତର ଏହି ଶୋଚନୀୟ ପରାଜୟ ପରେ ସୋସିଆଲ୍ ମିଡିଆରେ ଦେଖିବାକୁ ମିଳିଛି ବିଭିନ୍ନ ପ୍ରତିକ୍ରିୟା । କେହି କେହି ମ୍ୟାଚ୍ ଫିକ୍ସିଂର ଅଭିଯୋଗ ଆଣିଛନ୍ତି । କାରଣ ସମସ୍ତଙ୍କ ଆଶା ଥିଲା ଭାରତ ନିଶ୍ଚୟ ପ୍ରାକିସ୍ତାନକୁ ହରାଇବା । ହେଲେ ଏହା ନହୋଇପାରିବାରୁ ପ୍ରଶଂସକ ମାନେ ସୋସିଆଲ୍ ମିଡିଆ ଜରିଆରେ ନିଜ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ତେବେ ପ୍ରଶଂସକଙ୍କ ରୋଷର ଅଧିକ ଶିକାର ହୋଇଛନ୍ତି କ୍ୟାପଟେନ୍ ବିରାଟ୍ କୋହଲୀ । ବିରାଟଙ୍କୁ ନେଇ କୌତୁକିଆ ପୋଷ୍ଟ୍ ସବୁ ଭାଇରାଲ୍ ହେବାରେ ଲାଗିଛି । ସୋସିଆଲ୍ ମିଡିଆରେ ବିଭିନ୍ନ ମଜାଦାର ଯେମିତି ପୋଷ୍ଟର ବନ୍ୟା ହେବାରେ ଲାଗିଛି  ।