ଦିଲ୍ଲୀ ଏମ୍ସରେ ଚାଲିଛି ଯୋଡାମୁଣ୍ଡ ଶିଶୁଙ୍କ ଚିକିତ୍ସା ! ଆଜି ଏମଆରଆଇ, ସିଟି ସ୍କାନ ଓ ଆଂଜିଓଗ୍ରାମ କରିବେ ଡାକ୍ତର

32

କନକ ବ୍ୟୁରୋ : ଦିଲ୍ଲୀ ଏମ୍ସରେ ଚାଲିଛି ଯୋଡାମୁଣ୍ଡ ଶିଶୁ ଜଗାବଳିଆଙ୍କ ଚିକିତ୍ସା । ଆଜି ଦୁଇ ଶିଶୁଙ୍କ ଏମଆଇଆଇ, ସିଟି ସ୍କାନ ଓ ଆଂଜିଓଗ୍ରାମ ଟେଷ୍ଟ କରାଯିବ । ଏମ୍ସର ବିଭିନ୍ନ ବିଭାଗର ପ୍ରାୟ ୩୦ ଜଣ ଡାକ୍ତର ଉଭୟ ଶିଶୁଙ୍କ ପରୀକ୍ଷା କରୁଛନ୍ତି । ୮ ରୁ ୧୦ ଦିନ ମଧ୍ୟରେ ସମସ୍ତ ପରୀକ୍ଷାର ରିପୋର୍ଟ ମିଳିବା ପରେ ଅପରେସନ୍ ନେଇ ନିଷ୍ପତି ନିଆଯିବ ବୋଲି ଡାକ୍ତର କହିଛନ୍ତି । ଏହାରି ଭିତରେ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ଏମ୍ସରେ ଦୁଇ ଶିଶୁଙ୍କୁ ଭେଟିଛନ୍ତି । ଏମ୍ସରେ ଶିଶୁଙ୍କ କିଭଳି ଚିକିତ୍ସା ଚାଲିଛି ସେନେଇ ଆଲୋଚନା କରିଛନ୍ତି । ଜଗା ବଳିଆଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରୁଛନ୍ତି । ଜିଲ୍ଲା ପ୍ରଶାସନ ପକ୍ଷରୁ ଜଣେ ଅଧିକାରୀଙ୍କୁ ମଧ୍ୟ ତାଙ୍କ ସହ ଦିଲ୍ଲୀ ପଠାଯାଇଛି ।