ଜନଙ୍କ ନୂଆ ନାୟିକା !

80

ଜନକୁ ମିଳିଗଲା ନୂଆ ନାୟିକା । ଏହା ଶୁଣି ନିଶ୍ଚିତ ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ ଯେ ଜନଙ୍କ ନାୟିକା କିଏ ? ସେ ସୁନ୍ଦରୀ ଜଣ କିଏ । କିନ୍ତୁ ଆମେ ରିୟଲ ଲାଇଫ ନାୟିକା କଥା କହୁନୁ, ଆମେ ରିଲ ଲାଇଫ ନାୟିକା କଥା କହୁଛୁ । କାରଣ ଜନ ପୁଣି ଥରେ ଦୀର୍ଘଦିନ ପରେ ପରଦାକୁ ଆସିବେ ବୋଲି ଶୁଣାଯାଉଛି । ତେବେ ତାହା ବି ଏକ ନୂଆ ନାୟିକା ସହ । ସେହି ନୂଆ ନାୟିକା ଆଉ କେହି ନୁହେଁ, ସେ ହେଉଛନ୍ତି ଦକ୍ଷିଣ ଭାରତୀୟ ଅଭିନେତ୍ରୀ ତମନ୍ନା ଭାଟିଆ । ପ୍ରଥମ ଥର ପାଇଁ ତମନ୍ନା ଓ ଜନଙ୍କ ଯୋଡି ଦେଖିବାକୁ ପାଇବେ ଦର୍ଶକ ।

ସୂଚନା ଅନୁସାରେ, କିଛିଦିନ ପୂର୍ବରୁ ବି-ଟାଉନର ଆକ୍ସନ ଷ୍ଟାର ଜନ ଆବ୍ରାହମ ଓ ମନୋଜ ବାଜପେୟୀଙ୍କୁ ଏକାଠି ନେଇ ଫିଲ୍ମ ନିର୍ମାତା ନିଖିଲ ଆଡଭାନୀ ଏକ ଫିଲ୍ମ ନିର୍ମାଣ କରିବାକୁ ଯାଉଛନ୍ତି । ଏହା ଏକ ଆକ୍ସନ ଥ୍ରୀଲର ଫିଲ୍ମ । ଆଉ ଏହାର ନିର୍ଦ୍ଦେଶନା କରିବେ ନବାଗତ ମିଲାପ ଜାଭେରୀ । ଜଣେ ପୁଲିସ ଓ ଅପରାଧିଙ୍କ ମଧ୍ୟରେ ରହିଛି ଏହାର କାହାଣୀ ।

କିନ୍ତୁ ଏବେ ଯାଏଁ ଏହି ଫିଲ୍ମର କାହାଣୀ ଓ କେଉଁ ଭୂମିକାରେ କିଏ ରହିବେ ତାହାକୁ ନେଇ କୌଣସି ବିସ୍ତୃତ ସୂଚନା ମିଳିନାହିଁ । କିନ୍ତୁ ଇତିମଧ୍ୟରେ ଫିଲ୍ମର ନାୟିକା କିଏ ହେବ ତାହା ଚୟନ କରାଯାଇଛି । ଏପରି କିଛି ସୂଚନା ଶୁଣିବାକୁ ମିଳୁଛି । ଆଉ ସେହି ନାୟିକା ଦକ୍ଷିଣୀ ଅଭିନେତ୍ରୀ ତମନ୍ନା ଭାଟିଆ ।

ତମନ୍ନା କିମ୍ବା ଫିଲ୍ମ ନିର୍ମାତା ଓ ନିର୍ଦ୍ଦେଶକଙ୍କ ନିକଟରୁ ଏଯାଏଁ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । କିନ୍ତୁ ଚର୍ଚ୍ଚା ହେଉଛି ନାୟିକା ଚରିତ୍ର ଲାଗି ଏକଦମ ଫିଟ ତମନ୍ନା । ତାଙ୍କୁ ଏହି ସିନେମାର ସ୍କ୍ରିପ୍ଟ ପସନ୍ଦ ଆସିଥିବାରୁ ପ୍ରଯୋଜକ ତାଙ୍କୁ ସାଇନ କରିବା ପାଇଁ ଆଗ୍ରହୀ ଅଛନ୍ତି । ତେବେ ପୁଣି ଏକ ନୂଆ ଯୋଡିକୁ ଦେଖିବାପାଇଁ ଦର୍ଶକ ନିଶ୍ଚୟ ଉତ୍ସାହିତ ଥିବେ ।