ଭାଇଚାରାର ଅନନ୍ୟ ଉଦାହରଣ ! ଇଦ୍ ବଜାରରେ ଯୋଗୀ ସିମିୟା . . ତିଆରି କରୁଥିବା ମାଲିକଠୁ କର୍ମଚାରୀ ସମସ୍ତେ ହିନ୍ଦୁ

47

ହିନ୍ଦୁ , ମୁସଲିମ, ଶିଖ୍ ଏବଂ ଇଶାଇକୁ ନେଇ ଆଜି ବି ଅଶାନ୍ତ ରାଜନୀତି । ଧର୍ମ ଆଉ ଇଶ୍ୱର ବିଶ୍ୱାସକୁ ନେଇ ସୃଷ୍ଟି ହେଉଥିବା ବିବାଦରେ ସାରା ଭାରତ ଛନ୍ଦି ହୋଇଥିବାର ନଜିର ବି ରହିଛି । କିନ୍ତୁ ଏହାର ଠିକ୍ ଓଲଟା ଦୃଶ୍ୟ ଦେଖିବାକୁ ମିଳିଛି ବିହାରରେ । ଯେଉଁଠି ପର୍ବପର୍ବାଣୀ ଏବଂ ଉତ୍ସବ କଥା ଆସେ ସେତେବେଳେ ନା କେହି ହିନ୍ଦୁ ହୋଇଥାଏ ନା କେହି ମୁସଲମାନ୍ । ଜାଣି ଖୁସିହେବେ ଏଠାରେ ମୁସଲମାନଙ୍କ ମହତ୍ୱପୂର୍ଣ୍ଣ ଉତ୍ସବ ଇଦରେ ବ୍ୟବହାର ହେଉଥିବା ସିମିୟା ତିଆରି କରୁଥିବା ଫ୍ୟାକ୍ଟ୍ରିର ମାଲିକ ଠାରୁ ଆରମ୍ଭ କରି ଦିନ ମଜୁରିଆ ସମସ୍ତେ ହିନ୍ଦୁ ।

ଆଉ ସବୁଠାରୁ ଗୁରୁତ୍ୱପୁର୍ଣ୍ଣ କଥା ହେଉଛି ଚଳିତ ଇଦରେ ମିଳୁଛି ସ୍ପେଶାଲ୍ ‘ଯୋଗୀ’ ସିମିୟା । ଆଉ ଏହି ସିମିୟାରେ ନାହିଁ ସାମ୍ପ୍ରଦାୟିକ ନିଆଁ ବରଂ ମିଶିଛି ଭାଇଚାରାର ମିଠା । ରମଜାନ୍ ଅବସରରେ ଏହି ଫ୍ୟାକ୍ଟ୍ରିର ପ୍ରତ୍ୟେକ କର୍ମଚାରୀ ଖୁସି ମନରେ ତିଆରି କରିଥାନ୍ତି ଏହି ସିମିୟା । କାରଣ ସେମାନଙ୍କ ଭାଷାରେ କୌଣସି ହିନ୍ଦୁ କୌଣସି ମୁସଲମାନ୍ ପାଇଁ ସିମିୟା ତିଆରି କରୁନି । ବରଂ ଜଣେ ଭାଇ ଆଉ ଜଣେ ଭାଇ ପାଇଁ କରୁଛି ପ୍ରସ୍ତୁତି । ସବୁଧର୍ମ ଏବଂ ସାମ୍ପ୍ରଦାୟର ଲୋକମାନେ ଏକାଠି ହୋଇ ଉତ୍ସବ ପାଳନ କରିଥାନ୍ତି । ଏମାନଙ୍କୁ ବାନ୍ଧିପାରିନି ସମ୍ପ୍ରଦାୟର ଶିକୁଳି । ଅଟକାଇପାରିନି ଧର୍ମର ପାଚେରୀ । ଯାହା ସୃଷ୍ଟି କରିଛି ଭାଇଚାରାର ଅନନ୍ୟ ଉଦାହରଣ ।

ସୌଜନ୍ୟ : ୱାନଇଣ୍ଡିଆ