ସ୍ୱାଧୀନତା ଦିବସରେ ସାହେବଗିରି ଦେଖାଇଲେ ନେତା : କହିଲେ, ‘ମୁଁ ଭିଆଇପି’

24

କେନ୍ଦୁଝର : ସ୍ୱାଧୀନତା ଦିବସରେ ଫିରଙ୍ଗି ସାଜିଲେ ନେତା । ଜାତୀୟ ପତାକା ଉତୋଳନ ପରେ ମନ୍ତ୍ରୀ ଦେଖାଇଛନ୍ତି ନିଜ ସାହେବଗିରି । କେନ୍ଦୁଝରରେ ମନ୍ତ୍ରୀ ଯୋଗେନ୍ଦ୍ର ବେହେରାଙ୍କୁ ତାଙ୍କ ପିଏସଓ ଜୋତା ପିନ୍ଧାଇ ଦେବା ଘଟଣାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ସୃଷ୍ଟି କରିଛି । ପ୍ରଥମେ ନିଜକୁ ଭିଆଇପି କହୁଥିବା ମନ୍ତ୍ରୀ ପରେ ନିଜ ଭୁଲ୍ ବୁଝି ପାରିଛନ୍ତି । ତେବେ ଆମ ନେତାଙ୍କ ଭିଆଇପିଗିରି କିଛି ନୂଆ ନୁହେଁ । ଏମିତି ଅନେକ ଘଟଣା ଏଇ ନିକଟରେ ଘଟିଛି ଓ ବିତର୍କିତ ବି ହୋଇଛି।