ସଲମାନଙ୍କୁ ଅଦାଲତରୁ ବଡ ଝଟକା ! କୃଷ୍ଣସାର ମୃଗ ଶିକାର ଘଟଣାରେ କୋର୍ଟରେ ହାଜିର ନହେଲେ ଜାମିନ୍ ହେବ ଖାରଜ

262

କୃଷ୍ଣସାର ମୃଗ ଶିକାର ଘଟଣାରେ ସିନେତାରକା ସଲମାନ୍ ଖାନ୍ ଙ୍କୁ ଗୁରୁବାର କୋର୍ଟରୁ ବଡ ଝଟକା ମିଳିଚି । ଜୁଲାଇ ୪ ତାରିଖରେ ସଲମାନ୍ ଙ୍କୁ କୋର୍ଟରେ ହାଜିର ହେବାକୁ କୁହାଯାଇଛି । କିନ୍ତୁ ତାଙ୍କ ଓକିଲ ହାଜିର ନ ହେବା ପାଇଁ କ୍ଷମା ଯାଚିକା ଦେବା ବେଳେ କୋର୍ଟ ଏନେଇ କ୍ଷୋଭ ପ୍ରକାଶ କରିଛନ୍ତି । କୋର୍ଟ ଓକିଲକୁ ଏନେଇ କଡାଶବ୍ଦ ପ୍ରୟୋଗ କରି ସଲମାନଙ୍କ ଉପସ୍ଥିତି କଥା ପଚାରିଥିଲେ ଏବଂ ଆଗାମୀ ତାରିଖରେ ସଲମାନ୍ କୋର୍ଟ ନ ଆସିଲେ ତାଙ୍କ ଜାମିନ୍ ଖାରଜ ହେବା କଥା ମଧ୍ୟ କହିଥିଲେ ।

ଗତ ଶୁଣାଣୀରେ ଡିଜେ ଗ୍ରାମୀଣ କୋର୍ଟ ସଲମାନଙ୍କୁ ଅଧିକ ସମୟ ଧରି କୋର୍ଟରେ ହାଜିର ନ ହେବା ନେଇ ଆପତ୍ତି କରିଥିଲେ ଏବଂ ସଲମାନ ଏନେଇ କୋର୍ଟଙ୍କୁ କ୍ଷମା ପ୍ରାର୍ଥନା ମଧ୍ୟ କରିଥିଲେ ଏବଂ ଆଗାମୀ ତାରିଖରେ କୋର୍ଟରେ ହାଜର ହେବାକୁ କହିଥିଲେ । କିନ୍ତୁ ଏଥର ମଧ୍ୟ ସେ ନିଜ ଭୁଲକୁ ଦୋହରାଇଛନ୍ତି ।