ଦୁଇ ଦିନ ଧରି ନ ଖାଇ ନ ପିଇ କାମ କରୁଥିଲେ ଡ୍ରାଇଭର । ଖାଇବା ମାଗିବାରୁ ଖାଦ୍ୟ ପରିବର୍ତ୍ତେ ମାଡ ମାରିଲେ ବିଡିଓ, ଦେଖନ୍ତୁ ଭିଡିଓ

445

କନକ ବ୍ୟୁରୋ: ଖାଇବାକୁ ମାଗିବାରୁ ମାଡ ମାରିଲେ ବିଡିଓ । ଘଟଣାଟି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥାଇପାରେ । ହେଲେ ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଦୁଇ ଦିନ ଧରି ନ ଖାଇ ନ ପିଇ କାମ କରୁଥିଲେ ଡ୍ରାଇଭର । ଖାଇବା ପରେ କାମ କରିବେ ବୋଲି କହିବାରୁ ମାଡ ମାରିଛନ୍ତି କେନ୍ଦୁଝର ଜିଲ୍ଲା ଯୋଡା ବ୍ଲକର ବିଡିଓ ।

ଖବରରୁ ଜଣାପଡିଛି, ଗତ ୩ ତାରିଖରେ ପଣ୍ଡାପଡାରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ଥିବାରୁ ଡ୍ରାଇଭର ଏଥିରେ ବ୍ୟସ୍ତ ଥିଲେ । ଏହି ସମୟରେ ବ୍ଲକ ଅଧିକାରୀ ତାଙ୍କୁ ରାସ୍ତାରେ ଖାଇବାକୁ ସମୟ ଦେଇ ନ ଥିବା ଅଭିଯୋଗ ହୋଇଛି । ଏପଟେ ଗାଡି ଧରି ବ୍ଲକ ଫେରିବା ପରେ ବିଡିଓ ଡ୍ରାଇଭର ଓ ତାଙ୍କ ସହଯୋଗୀଙ୍କୁ ମାଡ ବି ମାରିଥିଲେ । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।