ଚାଷ ଉଜାଡିଲା କମ୍ପାନୀ : କମ୍ପାନୀ ବର୍ଯ୍ୟବସ୍ତୁ ଓ ଲୌହମିଶା ମାଟି ଯୋଗୁଁ ଯୋଡାରେ ନଷ୍ଟ ହେଲା ଏକର ଏକର ଧାନ ଚାଷ

77

କନକ ବ୍ୟୁରୋ : ବର୍ଷକ ଆହାର ନଷ୍ଟ ହୋଇଛି । କମ୍ପାନୀର ବର୍ଯ୍ୟବସ୍ତୁ ଜମିରେ ମିଶିବାରୁ ଧାନ ଫସଲ ସବୁ ନଷ୍ଟ ହୋଇଯାଇଛି । ଆଉ କେତେକ ଜମିରେ ଧାନ ଗଛ ବଢୁନଥିବା ଚାଷୀ ଅଭିଯୋଗ କରିଛନ୍ତି । ଫଳରେ ଯୋଡ଼ା ବ୍ଲକର ଚାଷୀଙ୍କୁ ଘାରିଛି ପେଟପାଟଣା ଚିନ୍ତା ।

ଚାଷ ଜମିରେ ମାଡି ଯାଇଛି କମ୍ପାନୀର ବର୍ଜବସ୍ତୁ । ଏସଆର କମ୍ପାନୀର ଲୌହମିଶା ଲାଲମାଟି ଚାଷ ଜମିରେ ମିଶିବାରୁ ଧାନ ଫସଲ ସମ୍ପୂର୍ଣ୍ଣରୂପେ ନଷ୍ଟ ହୋଇଯାଇଛି । କମ୍ପାନୀ ପାଚେରୀ ନିକଟରୁ ବର୍ଜ୍ୟବସ୍ତୁ ବାହାରି ସିଧାସଲଖ ପାଚିଲା ଧାନ ଜମିରେ ମାଡି ଯାଇଛି । ଫଳରେ ଚାଷୀର ବର୍ଷକର ପୁଂଜି ନଷ୍ଟ ହୋଇଯାଇଛି ।

ପୁରୁଣାଡିହି ଗାଁର ଶତାଧିକ ଚାଷୀଙ୍କ ଏକର ଏକର ଜମିରେ ଏସଆର କମ୍ପାନୀର ନାଲି ପାଣି ମାଡି ଯିବାରୁ ଧାନ ଗଛ ବଢୁନାହିଁ । ଏନେଇ କମ୍ପାନୀ କର୍ତୃପକ୍ଷଙ୍କୁ ଅବଗତ କରାଇଲେ ବି କେହି ଶୁଣୁନଥିବା ଚାଷୀ ଅଭିଯୋଗ କରିଛନ୍ତି । ସେପଟେ ଧାନ ନଷ୍ଟ ହେବା ନେଇ ଜିଲ୍ଲାପାଳଙ୍କୁ ଅବଗତ କରାଯାଇ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି, ଯୋଡା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ । ଖଣି ଅଂଚଳରେ ଶିଳ୍ପାୟନ, ଗ୍ରାମାଂଚଳ ଚାଷୀଙ୍କ ଦୁଃଖ ବଢାଇ ଦେଇଛି । ସର୍ବାଧିକ ରାଜସ୍ୱ ଯୋଗାଉଥିବା ଅଂଚଳର ଚାଷୀଙ୍କ ସମସ୍ୟା ଉପରେ ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହୋଇଛି ।