ସଚିବାଳୟରେ ଚାକିରି ନାଁରେ ଠକେଇ ମାମଲା : ୨ ଅଭିଯୁକ୍ତଙ୍କୁ ଗିରଫ କଲା ପୁଲିସ୍

26

କନକ ବ୍ୟୁରୋ : ସଚିବାଳୟରେ ଚାକିରି ନାଁରେ ଠକେଇ ମାମଲାରେ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି କ୍ୟାପିଟାଲ୍ ଥାନା ପୁଲିସ୍ । ଗିରଫ ଅଭିଯୁକ୍ତ ହେଲେ ମାନସ ପାତ୍ର ଏବଂ ରଘୁନାଥ ପାତ୍ର । ମାନସ ହୋମଗାର୍ଡ ଥିବା ବେଳେ ରଘୁନାଥ ସ୍ପେଶାଲ୍ ବାଟାଲିୟନରେ ରୋଷେୟା ଭାବରେ କାମ କରୁଥିଲେ ।  ଦୁଇ ଭାଇ ଢେଙ୍କାନାଳ ଜିଲ୍ଲାର ନୀଳମଣି ମହାରଣାଙ୍କଠାରୁ ପୁଅ ନରେନ୍ଦ୍ରଙ୍କୁ ରାଜ୍ୟ ସଚିବାଳୟରେ ଚାକିରି କରାଇ ଦେବା ନାଁରେ ୧ଲକ୍ଷ ୫୦ହଜାର ଟଙ୍କା ଠକି ନେଇଥିଲେ ।