ଭାରତୀୟ ରେଳବାଇ ଆଣିଲା ନିଯୁକ୍ତି ସୁଯୋଗ ! ୨୫୭୩ ପଦ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି, ଜାଣନ୍ତୁ କିପରି କରିବେ ଆବେଦନ ।

37

ବେରୋଜଗାରୀଙ୍କ ପାଇଁ ଖୁସିଖବର । ଭାରତୀୟ ରେଳବାଇ ୨୫୭୩ଟି ପଦରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି । ଭାରତୀୟ ରେଳବାଇ ୨୦୧୮ ଲାଗି ନିଯୁକ୍ତି ଆବଶ୍ୟକତା ପୂରଣ (ଜବ୍ ରିକ୍ୱାରମେଣ୍ଟ)  ଲାଗି ସୂଚନା ଜାରି କରିଛି । ଇଚ୍ଛୁକ ପ୍ରାର୍ଥୀଙ୍କ ପାଇଁ ୨୫୭୩ଟି ପଦ ପୂରଣ ଲାଗି ବିଜ୍ଞପ୍ତି ଜାରି କରାଯାଇଛି । ତେବେ ଆସନ୍ତୁ ଜାଣିବା ଏହି ପଦ କ’ଣ, ବେତନ କେତେ  ଓ ପ୍ରାର୍ଥୀଙ୍କ ପାଇଁ କେଉଁ କେଉଁ ସର୍ତ୍ତ ରହିଛି । ଇଚ୍ଛୁକ ପ୍ରାର୍ଥୀଙ୍କ ପାଇଁ ଆବେଦନ କରିବାର ଶେଷ ତାରିଖ ୨୫.୦୭.୨୦୧୮  ରହିଛି ।

ମୋଟ ପଦ ସଂଖ୍ୟା: ୨୫୭୩

ପୋଷ୍ଟ ନାମ: ଆପ୍ରେଣ୍ଟିସ୍

ପ୍ରାର୍ଥୀଙ୍କ ଯୋଗ୍ୟତା: ଦଶମ ଶ୍ରେଣୀରେ ୫୫ ପ୍ରତିଶତ ମାର୍କ ରଖି ପାସ୍ କରିଥିବେ ଏବଂ ଟ୍ରେଡ ସାର୍ଟିଫିକେଟ୍

ସର୍ବନିମ୍ନ ବୟସ ସୀମା: ୧୫ ବର୍ଷ

ସର୍ବାଧିକ ବୟସ ସୀମା: ୨୪ ବର୍ଷ

ସେହିପରି ଏସସି, ଏସଟି ଓ ଓବିସିଙ୍କ ପାଇଁ କୌଣସି ବୟସ ସୀମା ଧାର୍ୟ୍ୟ କରାଯାଇ ନାହିଁ ।

ଆପ୍ଲିକେସନ୍ ଫି (ଅନଲାଇନ୍)

ଜେନେରାଲ/ଓବିସିଙ୍କ ପାଇଁ ୧୦୦ଟଙ୍କା

ଏସସି/ଏସଟି/ପିଡବ୍ଲ୍ୟୁଡି/ଓମେନ୍ କ୍ୟାଣ୍ଡିଡେଟ୍ ମାଗଣା ଆବେଦନ କରିପାରିବେ ।