ଚାକିରୀ ନିମନ୍ତେ ସାକ୍ଷାତକାର କରିବାକୁ ଯାଉଛନ୍ତି କି ! କିଛି ସାଧାରଣ ଟିପ୍ସ ଉପରେ ଗୁରୁତ୍ୱ ଦିଅନ୍ତୁ ସୁଫଳ ମିଳିପାରେ ।

40

ଆପଣ ଯଦି କୌଣସି ଜବ୍ ଇଣ୍ଟରଭ୍ୟୁ ଦେବାକୁ ଯାଉଛନ୍ତି ,ତେବେ ଏହାକୁ ଏତେଟା ହାଲକା ଭାବେ ନିଅନ୍ତୁ ନାହିଁ । ଆପଣଙ୍କ ଭିତରେ କେତେ ଦକ୍ଷତା ରହିଛି ତାହା ସାକ୍ଷାତକାରରୁ ହିଁ ଜଣାପଡିଥାଏ । କେତେ ଜଣ ଜବ୍ ଇଣ୍ଟରଭ୍ୟୁରେ ଅସଫଳ ହୋଇଥାନ୍ତି ,ଏଥିପାଇଁ ନୁହେଁ ଯେ ସେ କିଛି ଜାଣିନଥାନ୍ତି ବରଂ ଏହାର ପ୍ରମୁଖ କାରଣ ହେଉଛି କେତୋଟି ଛୋଟମୋଟ ଭୁଲ୍ । ଏଥିପାଇଁ କିଛି ଟିପ୍ସ ବିଷୟରେ ଆମେ ଆପଣଙ୍କୁ କହୁଛୁ ,ଯାହାକୁ ଆପଣାଇଲେ ଆପଣ ସେହି ଭୁଲକୁ ସୁଧାରିପାରିବେ ।୧ – ଇଣ୍ଟରଭ୍ୟୁ ଦିନ କେବେ ବି ଡେରିରେ ପହଁଚନ୍ତୁ ନାହିଁ । ନିର୍ଦ୍ଦିଷ୍ଟ ସମୟ ପୂର୍ବରୁ ପହଁଚନ୍ତୁ ।
୨ – ଦରମାକୁ ନେଇ କେବେ ନିଜ ଆଡୁ କୌଣସି ପ୍ରସ୍ତାବ ଦିଅନ୍ତୁ ନାହିଁ ।
୩ – ଇଣ୍ଟରଭ୍ୟୁକୁ ଗଲାବେଳେ ନିଜ ମୋବାଇଲକୁ ସ୍ୱୁଇଚ୍ ଅଫ୍ କରିଦିଅନ୍ତୁ ।
୪ – ପୁରୁଣା କଂପାନୀର ବସଙ୍କ ବିରାଧରେ କିଛି ବି ଖରାପ କଥା କୁହନ୍ତୁ ନାହିଁ । କାରଣ ଇଣ୍ଟରଭ୍ୟୁ ନେଉଥିବା ଜୁରି ଭାବିବେ ଯେ ଏହି କଂପାନୀ ବିରୋଧରେ ଆପଣ କେବେ ବି କହିପାରନ୍ତି ।
୫ – ଇଣ୍ଟରଭ୍ୟୁକୁ ଯିବା ପୂର୍ବରୁ ନିଜ ଡ୍ରେସକୋଡ ପ୍ରତି ଧ୍ୟାନ ଦିଅନ୍ତୁ । ସବୁବେଳେ ଫର୍ମାଲ ଡ୍ରେସକୁ ପସନ୍ଦ କରନ୍ତୁ ।
୬ – ଇଣ୍ଟରଭ୍ୟୁ ହେଉଥିବା ସମୟରେ ଅନ୍ୟମାନଙ୍କ ସହ ଅଯଥା ଗପନ୍ତୁ ନାହିଁ ।
୭ – ଏ ସମୟରେ ବିରକ୍ତି ଭାବ ପ୍ରକାଶ କରନ୍ତୁ ନାହିଁ ।