ପୁଣି ବିବାଦରେ ଜେଏନୟୁ : ରାବଣ ପୋଡିରେ ପ୍ରଧାନମନ୍ତ୍ରୀଙ୍କ କୁଶପୁତଳିକା ଦାହ

18

କନକ ବ୍ୟୁରୋ : ପୁଣି ବିବାଦରେ ଜେଏନୟୁ । ବିଜୟା ଦଶମୀ ଦିନ ଜେଏନୟୁରେ ମୋଦିଙ୍କ କୁଶପୁତଳିକା ଦାହ କରାଯାଇଛି । ଜେଏନୟୁରେ ଏନ.ଏସ.ୟୁ.ଆଇ.ର ଛାତ୍ର ନେତାମାନେ ଦଶହରା ଦିନ ମୋଦିଙ୍କ ଫଟୋ ଥିବା କୁଶପୁତଳିକା ଦାହ କରିଛନ୍ତି ।

ଏଥିରେ ମୋଦିଙ୍କ ସହ ଅମିତ ଶାହଙ୍କ ଫଟୋ ମଧ୍ୟ ରହିଛି । କୁଶପୁତଳିକା ଦାହ କରାଯିବା ସହ ମୋଦିଙ୍କ ବିରୋଧରେ ନାରାବାଜି କରାଯାଇଛି । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ତେବେ ଏହି ଘଟଣାଟି ଜେଏନୟୁରେ ଘଟିଥିବା ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ ।

ଏହି ଭିଡିଓକୁ ଏନଏସୟୁଆଇ ଛାତ୍ର ନେତା ସନି ଧିମାନ ଓ ଅନିଲ ଧିମାଣ ନିଜ ଫେସବୁକ ଆକାଉଂଟରେ ଅପଲୋଡ କରିଛନ୍ତି । ସନି ଧିମାନ ଜେଏନୟୁର ପୂର୍ବତନ ଅଧ୍ୟକ୍ଷ । ଏହି ଛାତ୍ରନେତାମାନେ ମୋଦିଙ୍କ ବିରୋଧରେ ଜୋରଦାର ନାରାବାଜି କରୁଥିବା ଏହି ଭିଡିଓରେ ଦେଖିବାକୁ ମିଳିଛି  ।